STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ପ୍ରିୟା ର ଓଢଣୀ

ପ୍ରିୟା ର ଓଢଣୀ

1 min
544


ମୋ ପ୍ରିୟାର ଭଲ ଲାଗେ ଓଢଣୀ

ମୋ ପ୍ରିୟା ଯେବେ ଯାଏ ମନ୍ଦିର ଦେଇ ଯାଏ ନାଲି ଓଢଣୀ

ମୋ ପ୍ରିୟା ଯେବେ ସାଥି ମେଳେ କହେ ମଧୁର ବାଣୀ

ମଥା ରେ ରଖେ ମୋ ପ୍ରିୟା ନାଲି ଓଢଣୀ

ବାଟ ଯାଏ ଯେବେ ସଭିଙ୍କ ମନ ନିଏସେ ଟାଣି

ମଥା ରେ ରଖି ଥାଏ ସେ ନାଲି ଓଢଣୀ

ରଜ ପର୍ବରେ କୁମାର ପୁର୍ଣିମାରେ ସଜାଇ ହେଲେ କୁହନ୍ତି ସେ ତ ରାଣୀ

ମଥା ରେ ଦେଇ ଥାଏ ସେ ତ ନାଲି ଓଢଣୀ

ବଧୂ ବେଶ ହୋଇ ଯେବେ ବେଦିରେ

ବସିଲା ହୋଇ କାହାର ଘରଣୀ

ମଥା ରେ ଦେଇ ଥିଲା ମୋ ପ୍ରିୟା ନାଲି ଓଢଣୀ

ରାତି ପାହିଲେ ବଡ଼ଙ୍କୁ ମୁଣ୍ଡିଆ ମାରେ ମୋ ପ୍ରିୟା ଦେଇ ମଥାରେ ଦେଇ ନାଲି ଓଢଣୀ

ରୋଷେଇ କରି ପରସି ଦିଏ ସଭିଙ୍କ ମନଙ୍କୁ ଜାଣି ମଥାରେ ଥାଏ ମୋ ପ୍ରିୟା ର ନାଲି ଓଢଣୀ

ସାବିତ୍ରୀ ଦଶହରାରେ ସେ ପୂଜା କରେ ହୋଇ ପୂଜାରିଣୀ

ମଥା ରେ ଥାଏ ମୋ ପ୍ରିୟା ର ନାଲି ଓଢଣୀ

ଗଜ ଗମନି ଚାଲି ତାର ସୁନ୍ଦର. ଅଧର ସୁନ୍ଦର ତା ଚୋରା ଚାହାଁଣି

ମଥା ରେ ଦେଇ ଥାଏ ମୋ ପ୍ରିୟା ନାଲି ଓଢଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational