STORYMIRROR

Sudhir Kumar Panda

Romance

2  

Sudhir Kumar Panda

Romance

ପ୍ରିୟା ପଞ୍ଚପଦୀ

ପ୍ରିୟା ପଞ୍ଚପଦୀ

1 min
162


ଆଲୋ ମୋ ପିରତି ମନର ମୂରତି 

ହୃଦଟା ଅକାତ ପାଣି, 

ପାଣି ଖେଳୁ ଖେଳୁ ଯଦି ଯାଏ ବୁଡି 

ପାରିକି ଆଣିବୁ ଟାଣି ?


ତୋ ଗଣ୍ଡେ ଭ୍ରମରେ ମୋ ମନ ଭ୍ରମର 

ମନ ତ ଯାଇଛି ଲାଖି

ମଧୁର ପରଶେ ଡଙ୍କ ଯଦି ବସେ

ପାରିବ କି ସହି ସଖୀ ?


ତୋ ବିମ୍ବ ଅଧର ଅତି ମନୋହର 

ପ୍ରତିବିମ୍ବ ଦିଶେ ମୋର

କେବେ ଛୁଇଁ ଦିଏ ଯଦି ସରାଗରେ 

କରି ତ ଦେବନି ପର ? 


ତୋ ଚୁର୍ଣ୍ଣ କୁନ୍ତଳ ମୋ ମନ ଉତ୍ତାଳ 

ହଜିବା ପାଇଁ କି ସତେ

ତା ତଳ ମଗଜ କରେ କିବା ହେଜ

କହିବ କି ଖୋଲି ମୋତେ ?


ତୋ ବେନି ନୟନ କରେ ସମ୍ମୋହନ

ଯେବେ ଯେବେ ତୋତେ ଦେଖି

ହୃଦୟ ସ୍ତମ୍ଭନ ମନ ଉଚ୍ଚାଟନ

ଦେବ କି ତାକୁ ସଳଖି ? 



Rate this content
Log in

Similar oriya poem from Romance