ପ୍ରିୟା ପାଇଁ ଗୀତଟିଏ
ପ୍ରିୟା ପାଇଁ ଗୀତଟିଏ
ମୁଁ ତୁମକୁ ଚାହିଁଛି ଧୀର, ସଂଗୁପ୍ତ, ସତ୍ୟୁ ନୟନରେ
ଢଳ ଢଳ ଆଖିର ଭାବୋଚ୍ଛାସରେ
ଗୋଧୂଳି ସଂଧ୍ୟାର ଝାପ୍ସା ଆଲୁଅରେ
ତୁମକୁ ମୁଁ ପାଇଥିଲି - ମୃଦୁ ପଳୟର ମୃଦୁ ସଂଦ ମଦିରାରେ
ଅକ୍ଟୋପସୀ ବାହୁବଂଧନର ନିବିଡ଼ ଆଶ୍ଳେଷରେ
ଦେହର ରାଜରାସ୍ତାରେ ବହି ଯାଇଥିବା ଏକ ଆକସ୍ମିକ ଝଡରେ
ପୁଣି ମୁଁ ତୁମକୁ ପାଇଥିଲି - ବନ୍ୟ ମୟୂରୀର ନୃତ୍ୟର ତାଳେ ତାଳେ । ଗତ ତିଆରେ । ନାରୀ ।
ବେଳାଭୂମିର ଦିଗ୍ୟତବିସ୍ତାରୀ ଉର୍ମିମାଳାରେ ଦିନ ବାଡ଼ି |
ପାର୍ବଣର ମହକରେ - ମାଟିର ସଂଧରେ
ତୁମେ ଆସିଥିଲ – ବହୁବର୍ଣ୍ଣ ବିହଂଗୀର ଚପଳ ଛନ୍ଦରେ
କବିର କନାରେ – କଳାକାରର ପ୍ରେରଣାରେ
ଏକ ନବ ସଂଜୀବନୀରେ ପରିପୁଷ୍ଟ ଅଭିନବ ପ୍ରାଣପ୍ରାଚୁର୍ଯ୍ୟରେ
ଏବେ ତୁମେ ଆସିଅଛି – କୃଷ୍ଣ ଚୂଡାର ଛିନ୍ନ ସ୍ତବକରେ – ମହାନଗରୀର ରାତ୍ରିରେ
ରୁଟି ଓ ଦ୍ରରେ – ଅମାବାସ୍ୟାର ଦ୍ରମାରେ -
ରାତି ସାରା ଖରାରେ - ଦିନ ସାରା ତାରା ଗଣିବାରେ
ତୁମକୁ ମୁଁ ଦେଖିଥିଲି । 'ବବର୍ଷର ପ୍ରାକ୍ - ପ୍ରସ୍ତୁତି ପର୍ବରେ ଲା ଅନ ଦି ସିଖା
ନୂତନ ଆଶା ଓ ସଂଭାବନାର ସଂଭାରରେ
ଉଦିତ ସୂର୍ଯ୍ୟର ସ୍ଵର୍ଣ୍ଣାଭ ଅରୁଣିମାରେ
ପୁଣି ଦେଖିଥିଲି – ଯୁବ ଦିବସର ପ୍ରସ୍ତୁତି ଶିରରେ
ଉଦାମ ଯୌବନା ତାମସୀ କନ୍ୟା ରୂପରେ
ଯୁବସୁଲଭ ଆବେଗ ପ୍ରବଣତା ଓ
ଉଡାଣ ମାନସିକତାରେ ।
ପୁନଶ୍ଚ ଦେଖୁଅଛି – ଅହିଂଦ୍ରିୟ ଚେତନାର କଂଡଜିନୀ ପ୍ରଛାୟାରେ
ଅବଚେତନ ମାନସ ପଟରେ ଅଂକିତ ପଟ୍ଟଚିତ୍ରରେ
ସଚେତନ, ପ୍ରଗତିଶୀଳ ଚିତାଧାରାର ପୃଷ୍ଠଭୂମିରେ
ତୁମେ ଆସିଅଛି – ଚିତା ଓ ଚେତନାର ନୂତନ କାକଳୀରୂପରେ
ସମଗ୍ର ସଭାର ଜୀବନୀ ଶକ୍ତିରେ – ସଂଜୀବନୀରେ
ସ୍ଵର୍ଗୀୟ ଭାବନାର ମୂର୍ତ୍ତିତ ପ୍ରତୀକ ଭାବରେ
ପୁଣି ତୁମେ ଆସିଅଛି – ଗଣତନ୍ତ୍ର ଦିବସ, ଶହୀଦ ଦିବସ ର
ଉଠିତ ଆହ୍ମାନରେ
ଭାଲେଟାଇନ୍ ଡେରି ଉବେଳିତ ଆକାଂକ୍ଷାରେ
ଉତ୍କଳ ଦିବସର ଅନୁଚ୍ୟତାରେ - ଅନୁପ୍ରେରଣାରେ
ତୁମକୁ ମୁଁ ଖୋଜୁଥିବି ଅସ୍ବାଗ୍ନି ବନସ୍ତ - ମରୁପ୍ରୀତର
ନୀଳ ଉପତ୍ୟକା ଓ ଅତଳ ସାଗରରେ
ଜନପଦରୁ ସହର – ପଲ୍ଲୀରୁ ଦିଲ୍ଲୀ
ରିଓ ରୁ ଟୋକିଓ – ସମ୍ବଲପୁରରୁ ମାହାଙ୍ଗନ୍
ପୁଣି ମୁଁ ଖୋଜିବି – ମାଦଳା ପାଞ୍ଜିରୁ ମହାପୁରାଣ
ଚତୁଃବିଂଶ ଜ୍ୟୋତିର୍ଲିଗରୁ ଚାରିଧାମ
ବହୁବିଧ ଭାଷା, ଧର୍ମ, ଜାତି ଓ ସଂସ୍କୃତିର ମହ ।

