STORYMIRROR

Muna Bhoi

Abstract

4  

Muna Bhoi

Abstract

ପ୍ରିୟା ଭାବନାରେ

ପ୍ରିୟା ଭାବନାରେ

1 min
357

ଭାବୁକ ମନ ମୋ ଭାବନା ରାଇଜେ

ଯେବେ ଏକା ହୋଇ ଯାଏ,

ପ୍ରିୟା ତୋ ଚେହେରା ମୋ ଆଖି ଆଗରେ

ଥରକେ ଝଲସି ଯାଏ।


କିପରି ଜାଣେନା ଆସି ତୋ ଭାବନା

ମନ ମୋ ଟାଣି ନିଏ,

କେବେ ଫୁଲ,କେବେ ସମୁଦ୍ର ତଟରେ

ନେଇ ଭସେଇ ଦିଏ।


ବେଳେ ବେଳେ ଭାବେ ମୋ ପରି ଜଣେ

କରି ପାରେ ଏ ପାଗଳାମି,

ସ୍ଵପ୍ନ ପରି ଲାଗେ ଥୟ ମୁଁ ପାଏନି

ବାୟାମନ ଯାଏ ଝୁମି।


ଭାବନାରେ ତୋର ଦିନ ବିତିଯାଏ

ରାତି ବି ଯାଏ ପାହି,

ବସା ବାନ୍ଧି ତୋର ମୃଦୁ ଚାହାଣି ଟା

ଆଖିରେ ଯାଏ ରହି।


ସ୍ଵପ୍ନରେ ଏକା ତୁ ସତରେ ଏକା ତୁ

ପ୍ରତି ମୁହୂର୍ତ୍ତରେ ତୁ,

ପ୍ରଥମ ପ୍ରେମର ପ୍ରଥମ ସ୍ମୁତି ତୁ

ତୋ ଅପେକ୍ଷାରେ ଏକା ମୁଁ।


Rate this content
Log in

Similar oriya poem from Abstract