STORYMIRROR

Amit Bal

Inspirational

3  

Amit Bal

Inspirational

ପ୍ରିୟ ଖାଦ୍ୟ

ପ୍ରିୟ ଖାଦ୍ୟ

1 min
223

କେହି କେହି କହନ୍ତି ମନକଥା ପେଟ ଦେଇ ଆସେ

ପ୍ରିୟ ଖାଦ୍ୟ ମିଳିଗଲେ ଦିନ ବି ମହ ମହ ବାସେ,

            ଉତ୍କଣ୍ଠାରେ ଉଲ୍ଲାସରେ ଉତ୍ସାହରେ

         ପରମ ତୃପ୍ତିରେ ପ୍ରୀତିରେ ପ୍ରସନ୍ନତାରେ ,


ଖାଲି ପେଟରେ ବଞ୍ଚି ରହିବା ଏତେ ସହଜ ନୁହେଁ

ମୁଠାଏ ଖାଇବା ପାଇଁ ତ ମଣିଷ ସତ ମିଛ କହେ ,

           କେବେ ବିଶ୍ୱାସର ବିଶ୍ୱସ୍ତ ଠିକଣାରେ 

        କେବେ ଅବିଶ୍ୱାସର ଅଦ୍ଭୁତ ନିରବତାରେ ,


ବେଳେବେଳେ ନିଃସଙ୍ଗତା ଶାଗ ଖରଡି ଖାଇବା ଶିଖାଏ

ପ୍ରିୟ ଖାଦ୍ୟ ଖାଇବାର ଆଶା ମଣିଷକୁ କିଛି ଦିନ ବଞ୍ଚାଏ,

       ଏଇ ଯେମିତି ମୋର ପ୍ରିୟ ଖାଦ୍ୟ ମଟନ ମୁଢି

       ମୋତେ ଲାଗେ ମୁଁ ଜୀଇଁ ପାରିବନି ତାକୁ ଛାଡି ,


ତଥାପି ସାତ୍ତ୍ୱିକ ଆହାରରେ ମୋର ପ୍ରିୟ ଖାଦ୍ୟ ଅଭଡା

 ତା' ଆଗେ ଯେପରି ବ୍ରହ୍ମାଣ୍ତର ବାକି ସବୁ ଖାଦ୍ୟ ଅଲୋଡା,

               ନାନା ବ୍ୟଞ୍ଜନର ସୁଗନ୍ଧ ଭିତରେ

            ପ୍ରିୟ ଖାଦ୍ୟର ବାସ୍ନା, ଅନନ୍ୟ ସତରେ ।

             

         



Rate this content
Log in

Similar oriya poem from Inspirational