STORYMIRROR

ଲିମନ ଦିଦି

Inspirational

3  

ଲିମନ ଦିଦି

Inspirational

ପ୍ରିୟ ଭଗବାନ

ପ୍ରିୟ ଭଗବାନ

1 min
237


ଯାହାଙ୍କ ସୃଷ୍ଟି ସାଗର

ସାଗରଠୁ ବିଶାଳ ତାଙ୍କ କରୁଣା

ଯାହାଙ୍କ ସୃଷ୍ଟି ଆକାଶ

ଆକାଶଠୁ ତାଙ୍କ କୃପା ନୁହେଁ ଊଣା


ଯାହାଙ୍କ ସୃଷ୍ଟି ପାଦପ

ପାଦପଠୁ ଅଧିକ ତାଙ୍କ ମନ

ଯାହାଙ୍କ ସୃଷ୍ଟି ସୂରୁଜ

ସୂରୁଜଠୁ ତାଙ୍କ କୀର୍ତ୍ତି ତେଜିୟାନ


ଯାହାଙ୍କ ସୃଷ୍ଟି ସନ୍ତାପ

ସନ୍ତାପଠୁ ଅଧିକ ତାଙ୍କ ଜଣାଣ

ଯାହାଙ୍କ ସୃଷ୍ଟି ସୌନ୍ଦର୍ଯ୍ୟ

ସୌନ୍ଦର୍ଯ୍ୟଠୁ ସୁନ୍ଦର ତାଙ୍କ ଚରଣ

                     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational