Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Romance

3  

Prakash Ranjan Parida

Romance

ପ୍ରିୟ ବାନ୍ଧବୀ ଓ ଚକ୍ଲେଟ

ପ୍ରିୟ ବାନ୍ଧବୀ ଓ ଚକ୍ଲେଟ

1 min
7.4K


ପ୍ରିୟ ବାନ୍ଧବୀ ଓ ଚକ୍ଲେଟ

-----------------------


ସେଦିନର ସେହି ଚକ୍ଲେଟ କଥା ମନେ ପଡିଲେ ହିଁ

ମିଠା ମିଠା ଲାଗେ ଓଠ

ଆଖିରେ ମୋ ଲାଗିଯାଏ ପ୍ରଜାପତି ଡେଣାର ସବୁତକ ରଂଗ

ତୁମେମୟ ବାସ୍ନାରେ ନିଜକୁ ବିବାକ୍ ପାଶୋରି ଦିଏ କେଇ କ୍ଷଣ ।

ଲାଇବ୍ରେରୀରୁ ଫେରୁଫେରୁ କ'ଣ ଗୋଟାଏ ଯାଚି ଦେଲ ତୁମେ

ମୋର ଏ କଣ' ପ୍ରଶ୍ନରେ ସାମାନ୍ୟ ହସିଲ,

ହସି ହସେଇଲ, ଆଖି ନଚେଇ କହିଲ-

“ଦେଖିଲେ ଜାଣିବ, ହଁ ଏଠି ନୁହେଁ ଘରେ ଖୋଲିବ ।”

ଆଜି ବି ଛବିଟିଏ ହୋଇ ଝୁଲୁଛି ମୋ ମନେ

ତୁମ ମୁହଁର ଭଂଗୀ ସେଦିନର ସେଇ ମୁହୂର୍ତର ।

ତୁମ ସାଥେ କଥା ନହେଲେ ବିତୁ ନଥିଲା ଦିନ,

ସବୁଦିନେ ମାନ, ମତାନ୍ତର ତୁମେ ଗୋଟାଏ ଅଜବ୍ ଝିଅ ।

ଉତ୍କଣ୍ଠାରେ କଲେଜ୍ ଛାତରେ ଖୋଲି ଦେଖିଲି ପ୍ୟାକେଟ୍,

କ'ଣ ଥାଇପାରେ ଫୁଲ କି ଚିଠି,

ଆତୁର ହେଲି ମୁଁ –

ଦେଖିବା ବେଳକୁ ହାୟ..

ଖାଲି ଚକଲେଟ ଟିଏ ଆଉ ମୋର କୁନି ନାଁ ଟି ଲେଖା

ସାଦା କାଗଜର ଠିକ୍ ମଝିରେ ।

ଆପେ ଓଠ ମିଠା ହେଲା ଚକଲେଟର ନାଁ ଥିଲା କିସ୍ ମି

ମୁଁ ହସିହସି ଜରି ଖୋଲି ଖାଇବା ବେଳକୁ

କେଉଁଠି ଥିଲ ତୁମେ ଚିଲେଇଲ –

ହେ କ'ଣ ଖାଉଛ ମତେ ଅଧେ ଦିଅ ।।

...

Email:litp.ranjan@gmail.com


Rate this content
Log in

Similar oriya poem from Romance