Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sidheswar Tripathy

Romance

2  

Sidheswar Tripathy

Romance

ପ୍ରୀତିର ଆଶାରେ

ପ୍ରୀତିର ଆଶାରେ

1 min
7.0K




ଆସ ଆସ ମୋର ପ୍ରଣୟ ସଙ୍ଗିନୀ

ଯାମିନୀ ଯାଉଛି ସରି

ଏତନୁ ମନକୁ ଶିକ୍ତ କରଗୋ

ବାହୁ ବନ୍ଧନରେ ଧରି ।


କୋଟିଏ ସପନ ଗୋଟିଏ ରାତିରେ

ଆଜି ହେଇଯାଉ ସତ

ଉନ୍ମୁକ୍ତ ହେଉ ପାଗଳ ପ୍ରେମୀକୁ

ଲବଙ୍ଗଦ୍ବୀପର ପଥ ।


ଅଧର ଅମୃତେ ତୃପ୍ତ ହେବିମୁଁ

ପ୍ରୀତି ଯାଉଥିବ ଝରି

ଆସ ଆସ ମୋର ପ୍ରଣୟ ସଙ୍ଗିନୀ

ଯାମିନି ଯାଉଛି ସରି - - -


ଅପହଞ୍ଚ ସେଇ ଇଲାକାକୁ ଛାଡି

ଆସ ଆସ ଥରୁଟିଏ

ସେଇ ଜଉଘରେ ମୋତେ ବନ୍ଦି କରି

ଜଳାଇ ଦିଅଗୋ ପ୍ରିୟେ ।


ତୁମକୁ ଥରୁଟେ ପାଖରେ ପାଇଲେ

ଶାନ୍ତିରେ ପାରିବି ମରି

ଆସ ଆସ ମୋର ପ୍ରଣୟ ସଙ୍ଗିନୀ

ଯାମିନୀ ଯାଉଛି ସରି ।


ସିଦ୍ଧେଶ୍ବର ତ୍ରିପାଠୀ


Rate this content
Log in

Similar oriya poem from Romance