STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ପ୍ରୀତି

ପ୍ରୀତି

1 min
224


ପ୍ରୀତି ଏକ ସ୍ନିଗ୍ଧ ପରସ ଅକଳୁଷ ସ୍ମୃତିର,

ପ୍ରୀତି ଏକ ଅପ୍ରମିତ ହସ ଅବଗାହୀ ଓଠର,

ପ୍ରୀତି ଏକ ରାଗ ମିଶା ରୂପ ଆପ୍ଲୁତ ସମ୍ପର୍କର,

ପ୍ରୀତି ଏକ ସୁଖଦ ପ୍ରତିଫଳନ ଉତ୍ତର ପାଇବାର,

ପ୍ରୀତି ଏକ ଐକାନ୍ତିକ ଭାବନା ବୀର ରସେ ହସିବାର,

ପ୍ରୀତି ଏକ ସମ୍ବେଦନଶୀଳ ପରାକ୍ରମ ହୃଦୟ ଭିତରର,

ପ୍ରୀତି ଏକ ଦୀର୍ଘସୂତ୍ରୀ ପରାକାଷ୍ଠା ପରଛାଇ ଦେଖିବାର,

ପ୍ରୀତି ଏକ ସେରନ୍ତା ଆବେଗ ଭୋଗା ଭୋଗ ବୟସର,

ପ୍ରୀତି ଏକ ବିହୁଡା ପୁଷ୍ପ ରେଣୁ ମାନ ଆଉ ଅଭିମାନର,

ପ୍ରୀତି ଏକ ନିମଗ୍ନିତ ଅନୁଭବ ଛାତି ତଳ କୋହର,

ପ୍ରୀତି ଏକ ସମ୍ମୋହନ ଆଖି ତଳ ନୀଳ ଝରଣାର,

ପ୍ରୀତି ଏକ ଅଭିଳାଷ ଦୁଃଖ ଲଭ୍ୟ ଅନୁରାଗର,

ପ୍ରୀତି ଏକ ଅନୁତାପ ପାପ ପୂର୍ଣ୍ଣ ନଜରର !

ସେହି ପ୍ରୀତି ସହ ବଞ୍ଚିିବାକୁ ଚାହେଁ

      ସାରା ଜୀବନ ପାଇଁ

ହାତ ଧରି ମୋର ପ୍ରେମକୁ କଦାପି

      କଳଙ୍କିତ କର ନାହିଁ ।।

ସ୍ୱାର୍ଥହୀନ ପ୍ରେମ ରହିଥିବ ଆମ

    ଜନ୍ମ ଜନ୍ମାନ୍ତର ଯାଏ

ଯେତେ ସ୍ମୃତି ଆଉ ପ୍ରୀତି ଅନୁଭୂତି 

   ମିଶି ସାଉଣ୍ଟିବା ଦୁହେଁ ।।

ହଜିବନି ପ୍ରୀତି ପ୍ରଣୟ ସ୍ମୃତିରେ

    ନିଦ୍ରାରତ ଥିଲେ ସ୍ୱପ୍ନ

ଆଖିରେ ଆଖିଏ ପୁଲକ ସଞ୍ଚାରେ

  ହୋଇଯିବା ଦୁହେଁ ମଗ୍ନ ।।

ପ୍ରୀତି ଆମ ରୂପା ଜହ୍ନ ଫୁଲକଢି

    ଶୋଭିତ କରଇ ପ୍ରାଣ

ସ୍ମୃତି ଯେ ଆଉଟା ଅସୁମାରି ଆଶା

    ନିରବେ କରଇ ତ୍ରାଣ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance