STORYMIRROR

Bijay Prusty

Romance

3  

Bijay Prusty

Romance

ପ୍ରୀତି ମୟୁଖ

ପ୍ରୀତି ମୟୁଖ

1 min
178


ଦେହରେ ଧରିଛି କଳଙ୍କର ଦାଗ

ତଥାପି ରୂପସୀ ଜହ୍ନ

ଦେଖିଦେଲେ ତାକୁ ଦେଖାଯାଏ ମୋତେ

ପ୍ରୀତି ଭରା ତାର ମନ I

ଜୋଛନାର ସେଇ ଛାଇଆଲୁଅ ରେ

ତୁମ ରୂପକାନ୍ତି ଦେଖି

ମନାସୁ ଥିଲି ମୁଁ ତୁମ ସୁଖ ଶିରୀ

ବଡଦାଣ୍ଡ ଥିଲା ସାକ୍ଷୀ I

ଲହଡି ଭାଙ୍ଗିଲା ଆଖିରେ ସପନ

ଲୁହ ହୋଇ ଗଲା ବୋହି

ଶୀତ କାକରରେ ଭିଜି ଭିଜି ସଖୀ

ତୁମ ନାମ ଦେଲି ଗାଇ I

ଅନ୍ଧାରରେ ସବୁ ମୁହଁ ଲୁଚିଗଲେ

ଆଖିତଳେ ଥିଲ ତୁମେ

ତିଆରୁ ଥିଲି ମୁଁ ନନ୍ଦନ କାନନ

ଭିଜି ଭିଜି ତୁମ ପ୍ରେମେ I

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance