ପ୍ରୀତି ମନ୍ଦାକିନୀ
ପ୍ରୀତି ମନ୍ଦାକିନୀ
ଅଦିନ ବରଷା କଲା ଲୋକହସା
ଦେଲା ଯେବେ ମୋତେ ଛୁଇଁ
ତିନ୍ତି ଯାଉଥିଲା ଧରଣୀର ଦେହ
ପ୍ରୀତିନଦୀ ଗଲା ବହି I
ନିର୍ମଳ ଆକାଣେ ଦିଶୁଥିଲା ସଖୀ
ବାଦଲଙ୍କ ପଟୁଆର
ଲୁଚିଗଲା କେଣେ ପ୍ରଭାକର ପ୍ରଭା
ଲାଗୁଥିଲା ଭାରି ଡର I
ଅଶାନ୍ତ ହୋଇଲା ଶାନ୍ତ ପରିବେଶ
କେମିତି କହିବି କୁହ
ନଈପଠା ଧାରେ ଶୁଭ୍ର କାଶତଣ୍ଡୀ
ନୀରବେ ଢାଳିଲା ଲୁହ I
ବର୍ଷି ଯାଉଥିଲା ପ୍ରୀରତିର ବାରି
ଭିଜିଗଲା ମୋର ମନ
କାହିଁ କେତେଦୂରୁ କାନେ ବାଜୁଥିଲା
କୋଇଲିର କୁହୂତାନ I
ହୃଦୟୁ ଝରିଲା ପ୍ରୀତିର ଅମୃତ
ଆଖିରେ ଜଳିଲା ଜହ୍ନ
ପ୍ରୀତି ମନ୍ଦାକିନୀ ବୁହାଇଲ ତୁମେ
ଭାଙ୍ଗିଗଲା ଅଭିମାନ I

