STORYMIRROR

Pankajini Upadhaya

Romance

2  

Pankajini Upadhaya

Romance

ପ୍ରୀତି ଗୀତି ଗୀତ ଗାଉଛି ସଙ୍ଗାତ

ପ୍ରୀତି ଗୀତି ଗୀତ ଗାଉଛି ସଙ୍ଗାତ

1 min
13.4K


ପ୍ରୀତି ଗୀତି ଗୀତ ଗାଉଛି ସଙ୍ଗାତ

ପ୍ରୀତିରେ ରହିଛି ମନ

ମୋବାଇଲ ତା'ର ପ୍ରଥମ ପ୍ରେମିକ

ତା'ଠାରେ ତା ସ୍ବାଭିମାନ।

ହଜାଇ ଦେଇଛି ପ୍ରାଣର ସତ୍ତାକୁ

ପ୍ରୀତି ତା'ର ଅଭିମାନ

ପ୍ରଥମ ସଫଳ ଭୁଲି ଅଛି କିଏ

ପ୍ରଥମ ପ୍ରେମର ମାନ।

ପ୍ରେମ ନଗରୀର ସଚ୍ଚା ନାୟିକାସେ

ଦେଖୁଛି ଦିବା ସପନ

ପ୍ରେମ ପାରାବାର ପ୍ରେମର ନାଗର

ପ୍ରେମରେ ଅର୍ପିତ ପ୍ରାଣ।

ଭୁଲି ସେ ଯାଉଛି ସନ୍ତାନ ତା'ଅଛି

ତାହାର ବାହୁ ବନ୍ଧନେ

ଚପଳ କଅଁଳ ଛଳଛଳ ମନ

ଖସିଗଲା ଆଜି ଦିନେ।

ମୁଖ ତଳ କରି କୁମର ତାହାର

ପଡିବାର ସମ୍ଭାବନା

ତଥାପି ମାଆର ଚେତା ପଶୁ ନାହିଁ

ହୋଇଛି ସେ ଆନମନା।

ମୋବାଇଲ ପ୍ରେମ କାହାଣୀ ବନ୍ଧୁ ହେ

ଏତିକିରୁ ଇତି କଲି

ବିଚାରିବ ଏବେ ମୋବାଇଲ ନିଶା

କ'ଣ କରିପାରେ ବୋଲି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance