ପ୍ରୀତି ଦୀପାଳି
ପ୍ରୀତି ଦୀପାଳି
ସୁପ୍ତ ଯୌବନେ ଦୀପାଳି ଜାଳିବି
ମର୍ମସ୍ପର୍ଶି ପ୍ରୀତି ସ୍ପର୍ଶରେ
ଢଳ ଢଳ ଆଖି ଚୋରା ଚାହାଣି
ତଲ୍ଲୀନ ହେଉ ଲାଳିତ୍ୟରେ ।
ପ୍ରେମ ସମ୍ଭାର କିଆରୀ ଆଣିବି
ଗୋଲାପୀ ଓଠ ଚୁମ୍ବନରେ
ପଲ୍ଲବିତ ହେବ ଭଅଁର ମାୟେ
ନବ ଉନ୍ନାଦନା ଛନ୍ଦରେ ।
ଶାଶ୍ୱତ ପ୍ରଳୟେ ଅଭିଭୂତରେ
ଖଣ୍ଡୁ ରବି ଖଦ୍ୱ୍ୟୋତ ବରେ
ଦଂଶନ ହେଉ ଅସଜଡ଼ା ସପ୍ନ
ଅନାମିକା କଣ୍ଟା ଘାତରେ ।
ମେଘ ମଲ୍ହାର ଛନ୍ଦାୟୀତ ହେଉ
କାଉଁରୀ ଉଷ୍ଣତା ସ୍ପର୍ଶରେ
ତମସା ବିଷାଦ ମଦିରା ସ୍ୱର
ଅସ୍ତୁ ମମ ସ୍ପର୍ଶ ଚି଼ହ୍ନରେ ।
ପ୍ରୀତି ସୌରଭୁ ବନାନୀ ତନରେ
ମାୟାବୀ ପ୍ରେମିକର ଘା ରେ
ତମାମ ପ୍ରଳୟ ପରେ ଦହନୁ
ଚାରୁତା ସ୍ୱର୍ଣ୍ଣାଭ ତମରେ ।

