STORYMIRROR

Amit Bal

Romance Tragedy Inspirational

3  

Amit Bal

Romance Tragedy Inspirational

ପ୍ରୀତି ଢେଉ

ପ୍ରୀତି ଢେଉ

1 min
218

ଏବେ ଆଉ ବେଳାଭୂଇଁ ରେ

         ନ ଥିଲା ସେ ଆକର୍ଷଣ ଅତୀତର

ଫେରି ସାରିଥିଲା ଢେଉ 

          ଭାଙ୍ଗି ଦେଇ ସପନର ବାଲିଘର ,


 ସେ ବସିଥିଲା ଏକା ଏକା

         ଆଖି ବନ୍ଦ କରି

            ପ୍ରସ୍ତରିଭୂତ ନୀରବତା ଭିତରେ

ସ୍ମୃତି ସବୁ ଭାସି ବୁଲୁଥିଲେ

         ବିହ୍ଵଳିତ କରି ଦେବାକୁ   

              ମନ ତଳ ଅଥଳ ସାଗରେ ,


ତାକୁ ଲାଗିଲା ହଜିଗଲା ତା'ର

          ସବୁତକ ନୀଳ ସ୍ବପ୍ନ

            ସତେ ଯେମିତି ଭରା ଯଉବନେ 

ଫେରି ଯାଇଥିବା ପ୍ରୀତି ଢେଉ

    ବାହୁଡିବନି ହୃଦୟର ବେଳାଭୂମିକୁ

        ବୋଧହୁଏ ଆଉ କେବେ ତା' ଜୀବନେ ,


ତାକୁ ଜଣାନଥିଲା ସମୁଦ୍ର 

      ଫେରାଇ ଦିଏ ସବୁ ଉତ୍ତର

               ସମୟର ଧୂସର ଢେ଼ଉରେ

ଢେର ଦିନ ପରେ ବୁଝିଲା ସେ ଏକଥା

       ବେଳାଭୂଇଁର ଆର୍ଦ୍ର ଚୁମ୍ବନକୁ ଦେଖି

           ବାହୁଡି ଆସିଥିବା ପ୍ରୀତି ଢେ଼ଉରେ ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance