Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriman Bapu

Inspirational Others

3  

Sriman Bapu

Inspirational Others

ପରୀକ୍ଷା

ପରୀକ୍ଷା

1 min
415



ପିଲାମାନେ ଖୁବ୍ ଟାଣିଟୁଣି,

ଦୁଇଁଦୁଇଁ ମନେ ପକାନ୍ତି ।

ଯାହା ପଢିଥିଲେ ଅବିକଳ

ଖାତାରେ ଉତାରିବାକୁ ହେବ।


ଗୋଟା ଗୋଟା ଗିଳିଥିବା ପାଠସବୁ

ମନେ ନ ପଡ଼ିଲେ , 

ଆଁ କରି ଆଖି ମେଲେଇ

କାନ୍ଥ ବାଡ଼ରେ ଖୋଜନ୍ତି ।


ହଜମ ହେଇ ନ ଥିବା ପାଠସବୁ ,

କୋମଳ ମନରେ 

କଣ୍ଟା ହୋଇ ଲାଗିଥିଲେ ବି

ସହଜେ ବାହାରି ପାରେନି।


ଗୁରୁ ବ୍ରହ୍ମା , ଗୁରୁ ବିଷ୍ଣୁ , ଗୁରୁ ମହେଶ୍ୱର 

ପୁଣି ଗୁରୁମା ସରସ୍ଵତୀ 

ସଭିଏଁ ମିଶି ପିଲାଙ୍କୁ

ତଣ୍ଟିଯାଏଁ ପାଠ ଗିଳାନ୍ତିି କାରଣ

ପରୀକ୍ଷାରେ ଆଂଗୁଳି ଗେଂଜି 

ବାନ୍ତି କରିବାକୁ ହୁଏ ।


ସେହି ବାନ୍ତିରୁୁ ନିରୀକ୍ଷଣ କରାଯାଏ,

ପିଲାଟି କେତେ ଖାଇଛି ।


ଭଲ ବାନ୍ତିଆ ଗୁଡ଼ାକ ହିଁ,

ଏ ଦେଶଜାତିର ଉଜ୍ଜ୍ବଳ ଭବିଷ୍ୟତ ।


ତେଣୁ ଆମ ସରକାର , ଶିକ୍ଷାବ୍ୟବସ୍ଥା ଆଉ

ଅଭିଭାବକମାନେ ସମସ୍ତେ ଏକାଠି ହୋଇ ,

ଉତ୍ତମ ବାନ୍ତିଆ ଗଢ଼ିବା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ।


ସୁସ୍ଥ ହୋଇ ଜନ୍ମିଥିବା ମଣିଷ ଛୁଆ ,

ଆମ ରୋଗୀ ସମାଜରେ 

ଅଛୁଆଁ ଆଉ ପାଗଳର ଆଖ୍ୟା ନ ପାଉ 

ତେଣୁ ତାକୁ ଶ୍ରେଷ୍ଠ ରୋଗୀଟିଏ

କରି ଗଢିତୋଳିବାର ଜିମ୍ମା

ଆମ ସମସ୍ତଙ୍କର।


ବିଦ୍ୟାଳୟ ଆଉ ପରୀକ୍ଷା ହିଁ

ସବୁଠୁ ବଡ଼ ପରୀକ୍ଷାଗାର ।

ଯେଉଁଠି ପାହାଡିଆ ନଈକୁ 

ଦୁର୍ଗନ୍ଧିଆ ନାଳ କରାଯାଏ,

ହୁ ହୁ ହୋଇ ବଢିଯାଉଥିବା ଜଂଗଲୀ ଗଛକୁ

କାଟିଛାଟି ବୋନ୍ସାଈ କରାଯାଏ 

ଆଉ ଉର୍ବରିଆ ମାଟିକୁ 

ପଥୁରିଆ କରି ସଭ୍ୟ କରାଯାଏ ।


ପ୍ରତିଥର ପରୀକ୍ଷାରେ ,

ବୋଲ ନ ମାନି ଡେଣାରେ ଗଜୁରୁଥିବା

ସ୍ବପ୍ନ ସବୁକୁ କଟାଯାଏ ।


Rate this content
Log in

Similar oriya poem from Inspirational