STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପରୀକ୍ଷା

ପରୀକ୍ଷା

1 min
13.5K


ପରୀକ୍ଷା ତୁମ ପାଖେଇ ଆସେ

ପିଲାଏ କଥା ଶୁଣ

ମନ ଲଗାଇ ପଢିଲେ ପାଠ

ହେବନି ହଇରାଣ

ଜୀବନେ ସଫଳତା ପାଇବା

ନୁହଁଇତ ସହଜ

କଠିନ ପରିଶ୍ରମ କରିବା

ପାଇଁ ମନରେ ହେଜ

ପଢିବା ବେଳେ ପଢିବା ପାଠ

ଖେଳିବା ବେଳେ ଖେଳ

ଅଯଥାରେ ସମୟ କାଟିଲେ

ତାହାହିଁ ହେବ କାଳ

ପଢିବ ଯାକୁ ଲେଖିବ ତାକୁ

ଅତି ଯତନ କରି

ସବୁ ବିଷୟ ପଢି ଲେଖିଲେ

ଯିବନିତ ପାସୋରି

ସବୁ ପାଠକୁ ଗୁରୁତ୍ୱ ଦେବ

କା’କୁ ନ ଭାବି ହେୟ

ନକାରାତ୍ମକ ଚିନ୍ତା ତିଆଗି

ମନ କରିବ ଥୟ

ଅସମ୍ଭବ ଏ ଶବଦଟିକୁ

ତୁମ ଶଦ୍ଦ କୋଷରୁ

ହଟାଇ ଦେଲେ ଆତ୍ମବିଶ୍ୱାସ

ସୃଷ୍ଟି ହେବ ମନରୁ

ବିଭୁଙ୍କ ଠାରେ ରଖିଲେ ତୁମେ

ଏକାନ୍ତ ଭାବେ ଲୟ

ସବୁ କାମରେ ସଫଳ ହେବ

ନ ହେବ ପରାଜୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics