ପରିଚୟ
ପରିଚୟ
ତୁମ ହାତ ଗଢା ମାଟି କଣ୍ଢେଇ ମୁଁ
କିବା ମୋର ପରିଚୟ ?
ଯେମିତି ପ୍ରଭୁ ହେ ନିର୍ଦେଶ ଦେଉଛ
କରୁଛି ମୁଁ ଅଭିନୟ।।
ରଙ୍ଗ ମଞ୍ଚ କେବେ ହସିବାକୁ କୁହ
ପୁଣି କେବେ ତ କନ୍ଦାଅ
ତୁମ ଇଙ୍ଗିତରେ ଜୀବନ ମୋହର
ଯେମିତି ଚାହଁ ନଚାଅ।।
ପରିଚୟ ମୋତେ ଦେଇଛ ପ୍ରଭୁ ହେ
ଅଭିନେତ୍ରୀ ଟିଏ କରି
ଭବ ରଙ୍ଗ ମଞ୍ଚେ ଅଭିନୟ କରି
ଯାତନା ହୁଅଇ ଭାରି।।
ଥକି ଗଲିଣି ମୁଁ ଅଭିନୟ କରି
ଦିଅହେ ସାଆନ୍ତ ଛୁଟି
ତୁମ ନାମ ଭଜି ତୁମ ପାଦ ଧ୍ୟାୟି
ଯାଉ ମୋ ଜୀବନ ଗୋଟି।।
