STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ପରିଚୟ

ପରିଚୟ

1 min
169


ତୁମ ହାତ ଗଢା ମାଟି କଣ୍ଢେଇ ମୁଁ 

    କିବା ମୋର ପରିଚୟ ?

ଯେମିତି ପ୍ରଭୁ ହେ ନିର୍ଦେଶ ଦେଉଛ

   କରୁଛି ମୁଁ ଅଭିନୟ।। 


ରଙ୍ଗ ମଞ୍ଚ କେବେ ହସିବାକୁ କୁହ

  ପୁଣି କେବେ ତ କନ୍ଦାଅ

ତୁମ ଇଙ୍ଗିତରେ ଜୀବନ ମୋହର

  ଯେମିତି ଚାହଁ ନଚାଅ।। 


ପରିଚୟ ମୋତେ ଦେଇଛ ପ୍ରଭୁ ହେ

   ଅଭିନେତ୍ରୀ ଟିଏ କରି

ଭବ ରଙ୍ଗ ମଞ୍ଚେ ଅଭିନୟ କରି

  ଯାତନା ହୁଅଇ ଭାରି।।


ଥକି ଗଲିଣି ମୁଁ ଅଭିନୟ କରି 

  ଦିଅହେ ସାଆନ୍ତ ଛୁଟି

ତୁମ ନାମ ଭଜି ତୁମ ପାଦ ଧ୍ୟାୟି

  ଯାଉ ମୋ ଜୀବନ ଗୋଟି।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics