Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Classics Inspirational

3  

Chittaranjan Nanda

Action Classics Inspirational

ପରିବର୍ତ୍ତନର ସ୍ୱର ତୋଳିବା

ପରିବର୍ତ୍ତନର ସ୍ୱର ତୋଳିବା

1 min
144



ଦୁନିଆରେ ପରିବର୍ତ୍ତନ ତ ଅଟେ ଚିରନ୍ତନ 

ସତ୍ୟ ଓ ଚିର ଶାଶ୍ବତ

ସେ ପରିବର୍ତ୍ତନ ଢ଼ାଳିବ ଅମୃତ, ପ୍ରାଣୀ 

ଜଗତର ଏହା ଚିର ଇପ୍ସିତ ।


ସେଇଠି ନଥିବ ମନୁଷ୍ୟ ଆଖିରେ ଲୁହ 

ଅବା କୋହର ଚିହ୍ନ ହୃଦୟରେ

ଖାଲି ଶୁଦ୍ଧ-ଚେତନାର ଭାବନା, ଛନ୍ଦ ଭରି 

ରହିଥିବ ମାନବିକତାର ମନ୍ତ୍ରରେ ।


ସେଠି ନଥିବ ଦ୍ବନ୍ଦ ହତ୍ୟା ଲୁଣ୍ଠନ ଶୋଷଣ 

ଅବା ବୋମାର ବାରୁଦ ଗନ୍ଧ,

ମଣିଷ ଜୀବନରେ ଦୟା ଧର୍ମ ସ୍ନେହ 

ପ୍ରେମତ୍ୱର ତୋଳିବ ଛନ୍ଦ ।


ଏହି ମହାନ୍ ଲକ୍ଷ୍ୟ ହାସଲ କରିବାକୁ ଵିସ୍ତୀର୍ଣ୍ଣ 

କଣ୍ଟକିତ ପଥ ଚାଲିଵାକୁ ହେବ ଜାଣ

କେବେ ହାସଲ ହେବନି ତୋଷାମଦି କରି

ଅବା ଆପଣା ସ୍ଵାର୍ଥରେ ହେଲେ ମଗ୍ନ ।


ତୁମେ ଭାବି ପାର ଏହା ମନରେ ବାନ୍ଧିବା

ସରଗକୁ ଏକ ସିଡି଼,

ମନ ମଧ୍ୟରେ ନଯୋଡି଼ଲେ ଏହି ଭାବନା କିପରି 

ପାଇବେ ଭବିଷ୍ୟ ସମାଜର ପିଢି଼ ।


ପରିବର୍ତ୍ତନର ସ୍ୱର ତୋଳିବି ସମାଜେ 

କରିଛି ମୁଁ ଏ ଦୃଢ଼ ପଣ,

ଅନ୍ୟାୟ ଔଦ୍ଧତ୍ୟରେ ନହୋଇ ଶଙ୍କିତ 

ଭୋଗିବି ଆସିବା ସବୁ କଷଣ ।


Rate this content
Log in

Similar oriya poem from Action