STORYMIRROR

Jyotsna Acharya

Abstract Inspirational Others

4  

Jyotsna Acharya

Abstract Inspirational Others

ପରିବର୍ତ୍ତନ

ପରିବର୍ତ୍ତନ

1 min
445

ଧାରା ପ୍ରକୃତିରେ ଧରା ମାଁ ଆଜି 

ହେଉଅଛି ସଜବାଜ

ନବପଲ୍ଲବିତ କଅଁଳ ପତର 

ଆହାଃ କି ସୁନ୍ଦର ଆଜ ।


ଗୋଲାପ,ଟଗର,ମଲ୍ଲୀ, ହେନା, ଜୁଇ

ଭିନ୍ନ ରଂଗେ ଆଜି ଶୋଭିତ ମହୀ

ଭିନ୍ନ ରଂଗ ଢଙ୍ଗେ ସାଥେ ସୂଚୀପତ୍ର

ସତେକି, ପାର୍ବଣ ପରବ ଥାଳୀ।


ଶକ୍ତି ଉତ୍ସାହର ଉତ୍ସ ଅଶୋକା

ପିନ୍ଧି ଗଳାରେ ସୁନ୍ଦର ମାଳୀ,

ଜୀବନକୁ ପୁଣି ମାର୍ଗ ଉନ୍ମୋଚନ

ସାହାସ, ଖୁସିର ସଞ୍ଚାର ପାଇଁ।


ଜୀବନ, ଇପିସିତ, ଇଚ୍ଛା ପାରିଜାତ

ଅପରାଜିତାରେ ଶାନ୍ତି ମଣ୍ଡିତ,

ଅନ୍ତର ଭରଇ ଆତ୍ମତୃପ୍ତିଟିରେ 

ସ୍ବାଗତ ହସର ବନ୍ଦନା କରି।


ବ୍ରହ୍ମ ମୂହୂର୍ତ୍ତ ଓଁକାର ଶବ୍ଦରେ

ବୃଷ୍ଟି ଅର୍ଘ ଆର୍ଶୀବାଦଟି ଝରି,

ବିହଙ୍ଗ ରାବରେ, ଝିଙ୍କାରୀର ସ୍ବରେ

ମହୀରେ ଶୁଭୁଛି ଶଙ୍ଖର ଧ୍ବନୀ।


ଶ୍ରାବଣ ଭକ୍ତଟି, ମାନସିକ ସାଥେ

ପଞ୍ଚାମୃତ ମନେ ପଞ୍ଚାକ୍ଷର ନାମ ଢାଳୁଛି ପାଣି

ସୃଷ୍ଟି ଆଜି ପୁଣି ଲାଗୁଛି ସୁନ୍ଦର

ସ୍ରଷ୍ଟାଙ୍କ କଲମେ ଝରୁଛି କାଳୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract