STORYMIRROR

pranati Mahapatra

Abstract

2  

pranati Mahapatra

Abstract

ପରିବର୍ତ୍ତନ

ପରିବର୍ତ୍ତନ

1 min
111

ପରିବର୍ତ୍ତନର ସ୍ଵର ତ ଜୋରସୋରରେ ଶୁଭୁଛି

ଗାଆଁରୁ ସହର,

ଲାଗୁଛି ସତେକି ସବୁ ବଦଳି ଯିବ ଏଇ ଯେମିତି

ଫୁଙ୍ଗୁଳା ଦିଶିବନି କାହା ଶରୀର

ରହିବନି ଫାଙ୍କା କା ଉଦର କି 

ସଢିବେନି ଆଉ କେହି

ଭୋକର ଜ୍ବାଳାରେ

ଖୋଲା ଆକାଶ ତଳେ ,ଗଛ ମୂଳେ

ବିତେଇବେନି ଅସହାୟ

ନିଧଡକେ ଶୋଇ ବେନି ପ୍ଲାଟଫର୍ମରେ

କୁକୁର ମୁହଁରୁ ଅଳିଆ ଗଦାରୁ ଟଣା ଘୋଷରା କରି

ମେଣ୍ଟାଇବେନି କ୍ଷୁଧା

ଭୋକ ବିକଳରେ ଅଭାବୀ ଜ୍ଵାଳାରେ 

କିଏ ହୁଏ ପାଗଳ ,କେହି କି ଦିଅନ୍ତି ବାଧା

ମନ୍ଦିର ବେଢାରେ ଭକତ ହାତରୁ ଟଙ୍କେ ଦୁଇଟଙ୍କା ପାଇଁ

ପତେଇବେନି ତ ହାତ

ସତେକି ମିଳିଯିବ ମୁଣ୍ଡ ଉପରେ ଛାତ ଖଣ୍ଡେ

ଦେହକୁ ଖଣ୍ଡେ କନା 

ପେଟକୁ ଦି ମୁଠା ଭାତ

କାହାର ପରିବର୍ତ୍ତନ ଏଠି ହେଉଛି

ଦେଖିବାକୁ ବାକି କି ଅଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract