Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Inspirational

3  

PRABINA KU, KHADANGA

Inspirational

ପରିବର୍ତ୍ତିତ ଓଡ଼ିଆ

ପରିବର୍ତ୍ତିତ ଓଡ଼ିଆ

1 min
28


ଛୋଟ ବୟସରୁ ବାପା ବୋଉ ଡାକ

କ୍ରମଶଃ ଦୂରେଇ ଯାଉଛି

ମମି ଡାଡି ବୋଲି ଛୁଆ ଡାକୁଅଛି

ମାତୃଭାଷାଠୁ ଅଲଗା ହେଉଛି ।


ନିଜ ମାତୃଭାଷାରେ ପରିଚୟ ଦେବାକୁ

ଆଜିର ମଣିଷ ଲଜ୍ୟାବୋଧ କରୁଛି

ଦୁଇ ଧାଡ଼ି ଦେଖ ଲେଖିବା ପାଇଁ କି 

ଅନ୍ୟ ଭାଷାର ସାହାଯ୍ୟ ନେଉଛି ।


ଦିଶୁ ନାହିଁ ଆଉ ବିଦ୍ୟା ଭାରତୀ

ଓଡ଼ିଆ କଥାଚିତ୍ର ଧାରା

ଶୁଭୁନାହିଁ ଆଉ ମାତୃଭାଷା ଗୀତ

ଅତୀତ ମୋ ଅପାସୋରା ।


ପଢ଼ା ଯାଉନାହିଁ ମାତୃଭାଷା ପାଠ

ଆଉ ପଣିକିଆ ଘୋଷା

ମାତୃଭାଷାକୁ ଭୁଲି ଯାଉଛି ଆଧୁନିକତା

ଅନ୍ୟ ଭାଷାର ଚାଲେ ପେଶା ।


ମାତୃଭୂମି ମାତୃ ଭାଷାରେ ମମତା

ଆଉ ହୃଦୟରେ ଜନ୍ମୁ ନାହିଁ

ମିଛଟାରେ ପଣ୍ଡିତ ନିଜକୁ ବୋଲାନ୍ତି

ସତ କହିବାକୁ ଡରେ କାହିଁ ।


ସିଲଟ ଚକ୍ ଖଡ଼ି ପାଠ ବନ୍ଧା ପଡ଼ିଛି

ବନ୍ଧା ହୋଇଛି ତାଳପତ୍ର ପୋଥି

ଅତୀତ ପୃଷ୍ଠାକୁ ଫେରିଯିବା ଚାଲ

ମାତୃଭାଷାକୁ କରି ଆମ ସାଥୀ ।


Rate this content
Log in

Similar oriya poem from Inspirational