Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Abstract Others

4  

Panchanan Jena

Abstract Others

ପରିଭାଷା

ପରିଭାଷା

1 min
310



ପବିତ୍ର ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀରେ 

ଅର୍ଥାତ୍ ଅକ୍ଟୋବର ଦୁଇ ତାରିଖରେ

ଅଘୋଷିତ ଜାତୀୟ ପର୍ବ-ଛୁଟିଦିନରେ

ଅଖାଡୁଆ ଅନୁଚିନ୍ତାଟେ ବିନ୍ଧିଦେଲାରେ

କାନେ କାନେ


ବାହାରେ ଲଘୁଚାପ ବର୍ଷା ଆରମ୍ଭ

ଟିଭିରେ ଚାଲିଛି ମୂଖ୍ୟ ଖବର ସ୍ତମ୍ଭ

ସୋଫାରେ ବସିଛି ମନଦୁଃଖେ ଶୁମ୍ଭ

ଆଉଟୁ ପାଉଟୁ ଚିନ୍ତା-ଫୋଡ଼ା ରାଶିକୁମ୍ଭ

ମନେ ମନେ


 ସ୍ନେହ-ପ୍ରେମ-ଭଲପାଇବାର କ'ଣ ଅର୍ଥ ?

ନିଚ୍ଛକ ପରିଭାଷାରେ ହେବନାହିଁ ବ୍ୟର୍ଥ

ସବୁ ମାନବୀୟ ସମସ୍ୟା ଶେଷ କୃତାର୍ଥ

ଶାନ୍ତି ରହିତ ବ୍ୟଥିତ ସମାଜ ପାଇଁ ଯଥାର୍ଥ

ସ୍ଥାନେ ସ୍ଥାନେ


କଲେଜ ପଢ଼ୁଆ ଝିଅ-ପୁଅଙ୍କୁ ପଚାରିଲି

ପ୍ରେମୀକ- ପ୍ରେମୀକ ଯୋଡିକୁ ପରଖିଲି

ଭେଟିଲି ପାର୍କରେ ପବ୍ ରେ ଖିଲି ଖିଲି

ଦିନେ ଦିନେ


ରୀତି--ଭକ୍ତି-ଗୀତି-ସବୁଜ-ଆଧୁନିକ ଯୁଗୀୟ

କବିତା ବହି ଖୋଜିଲି ପଢିଲି ଭାଙ୍ଗିଲା ଲୟ

ଭାବରେ ଛନ୍ଦରେ ଶବ୍ଦ ଯାଦୁରେ ଲୀଳାମୟ ଅନ୍ଧାରି କାନନେ ପାଗଳ ଅନ୍ଧାରକଣା ପ୍ରାୟ

ଛୁଟି ଦିନେ


ମନକୁ ପାଉ ନ ଥିଲା ତର୍କ-ତତ୍ତ୍ଵ ଅର୍ବାଚୀନ

ଅନ୍ତର ଛୁଇଁବା ବଦଳେ ରାମ୍ପୁଥିଲା ଘନ ଘନ

ଦେହ ଦେହଳୀରେ ବ୍ୟସ୍ତ ବଡ଼-ସାନ ସମାନ

ପାନେ ପାନେ


ମାତ୍ର ବୁଢୀ ମା-ଜେଜେମା କହିଥିବା କଢିପୟ

ପିଲା ବେଳର ମନେ ଥିବା ଗାଉଁଲି ଢଙ୍ଗ-ଲୟ

କେଇପଦ ମରହଟ୍ଟିଆ କଥା ବେଶ୍ ଉପାଦେୟ

ଧ୍ୟାନେ ଧ୍ୟାନେ


ପ୍ରେମ-ସ୍ନେହ- ଭାବ ବଡ଼ ଅଜବ ଜିନିଷ 

ଭାଗ୍ୟରେ ଥିଲେ ମିଳିବ ପୀଯୁଷ ରସ

ଅଭାଗା -ନଳରାଜା କାଟିବ ଘୋଡା ଘାସ


ମା' ସହିତ ହେଲେ ପୂଜା-ବନ୍ଦନ

ବାପା ସହିତ ହେଲେ ମାନ-ସମ୍ମାନ

ଭାଇ ସହିତ ହେଲେ ବିଶ୍ୱାସ-ଅଭିମାନ

ଭଉଣୀ ସହିତ ହେଲେ ଦାୟିତ୍ଵ-ସ୍ଵାଭିମାନ

ସ୍ତ୍ରୀ-ସହିତ ହେଲେ ସମସ୍ତେ କହିବେ

ମାଇପ -ସୁଆଗିଆ ଗୋଲାମ 

ମାଇଚିଆ ଉଠୁଣୁ ବସୁଣୁ ସଲାମ ।


Rate this content
Log in

Similar oriya poem from Abstract