STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା

1 min
269

🌳ପରିବେଶ ସୁରକ୍ଷା🌳  

¬¬¬¬¬¬¬¬¬¬¬¬¬¬¬¬¬¬

ପ୍ରତିବେଶ ଆଜି ପରିବେଶ ରୂପୀ

ବିଦାରିତ ଧରା ଦେହେ

ବିକୃତି ମନର ସ୍ବ କୃତି ବଳରେ

ପ୍ରକୃତି କାନ୍ଦୁଛି କୋହେ.

ବନେ ନାହିଁ ଘନ ତରୁ ଲତା ତୃଣ

ମାନବ କଳ୍ପନା ବଳେ,

ମୃତ୍ତିକା ବିହୀନ ଧରଣୀ ରାଣୀରେ

ଉପବୃକ୍ଷ ଆପେ ବଢ଼େ.

ଅପଚୟ କୁଢ଼ କୁଢ଼ ଗଦା ହୁଏ

ପରିମଳ ନାମ ମାତ୍ର,

ନିବୀଜେ ଧରାରେ କ୍ଷେତ ବିନା ଫଳ

ଦର୍ଶନେ ଲାଗେ ବିଚିତ୍ର.

ଜୈବସାର ଶୂନ୍ଯ ସାର ରସାୟନ

ବିଷର ପ୍ରୟୋଗ ବଳେ,

ଅପପୁଷ୍ଟି ବହୁମୂତ୍ର ଦୁରାବ୍ଯାଧି

ହୃଦ୍ଘାତରେ ପ୍ରାଣୀ ମରେ.

ବିଜ୍ଞାନ ବଳରେ ବହୁ ଜ୍ଞାନ ଲଭି

ଅଜ୍ଞାନ ସାଜେ ମାନବ,

ଆପେ କଲା କର୍ମେ ଆପଣା ହାନୀକୁ

ଆପଣେ କରନ୍ତି ଗର୍ବ.

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଶୂନ୍ଯ

ଯାନବାହାନ ସୁଖରେ,

ମାଟି ଅବକ୍ଷୟେ ସନ୍ତୁଳନ ଭାର

ପୃଥିବୀ ପୃଷ୍ଠରୁ ସରେ.

କୃତ୍ରିମେ ଉପମା ପ୍ରାକୃତିକ ବିନା

ରସ ଦୋଷ ଦୁର୍ବଳତା,

ପଞ୍ଚ ମହାଭୂତ ପ୍ରକୃତି ସହିତ

କାହାରେ ନାହିଁ ସ୍ଥିରତା.

ଲଘୁ ପରିଶ୍ରମ ବହୁ ଆୟ ମନ

କଳରେ ମାନବ ବଳ,

ଅକାଳରେ ଦେଖ ସକଳ ଆଦାୟ

ଅଦିନେ ବହୁ ଅମଳ.

ଋତୁଚକ୍ର ଏଠି ପରସ୍ପର ବକ୍ର

ନିଜ ଗତିପଥ ପରେ,

ପରିବେଶ ଆଜି ପ୍ରତିକୂଳ ସାଜେ

ନିୟନ୍ତ୍ରଣ ଶୂନ୍ୟତାରେ.

ମାନବ ନୋହିଲେ ନିଜକୁ ଜାଗ୍ରତ

ଅଗ୍ରଗାମୀ କି କରିବ,

ପ୍ରକୃତି କୁ ଗଢ଼ ପ୍ରାକୃତିକ ବଳେ

ପରିବେଶ ରକ୍ଷା ହେବ.

----------------------------------

ପ୍ରତିରୂପ =ଅବିକଳ ନକଲ

ଉପବୃକ୍ଷ =କଲମୀ କରଣ ହୋଇଥିବା ଗଛ

ନିବୀଜେ =ବୀଜ ହୀନ ଉତ୍ପାଦନ

ଅପଚୟ =କ୍ଷୟ ନ ହେବା ଜିନିଷ, ଯଥା =ପ୍ଲାଷ୍ଟିକ, ପଲିଥିନ, କାଚ, ବିଭିନ୍ନ ପ୍ରକାର

ଆବର୍ଜନା.

କଳରେ =ବୈଜ୍ଞାନିକ ଯନ୍ତ୍ରପାତି ମାଧ୍ୟମରେ

ରସଦୋଷ =ପୃଷ୍ଟିକର ହୀନତା

(ଅନ୍ୟ ତୃଟି ପାଇଁ ସଂଶୋଧନ ଚାହୁଁଛି) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational