STORYMIRROR

Rojalin Mishra

Inspirational

4  

Rojalin Mishra

Inspirational

ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା

1 min
314

ପରିବେଶ ଆମରି ଜୀବନ ଦାତା

ସବୁଜିମା ଭରା ଏ ପୃଥିବୀ ମାତା ।।

ବୃକ୍ଷ ହିଁ ଜୀବନ,ବୃକ୍ଷ ମହାଧନ,

ବୃକ୍ଷ ବିିନା ଅଧା ଆମରି ଜୀବନ ।।

ବୃକ୍ଷ ପ୍ରାଣ ବାୟୁ,ବୃକ୍ଷ ଅନ୍ନଦାତା,

ମନୁଷ୍ୟ ହିତକାରୀ ଏ ଜୀବନ୍ତ ଦେବତା ।।

ଗଛ ନ ବଞ୍ଚିଲେ ମିଳିବନିି ସୁୁୁଖ,

 କ୍ଷୟ ହେଲେ ବୃକ୍ଷ ଆସିବ ଯେ ଦୁୁଖ ।।

ପରିବେଶ ଥରେ ହେଲେ ପ୍ରଦୂଷିିିତ,

ଫେରିିିପାରେ ନା ନାହିଁ ତା ନିିିଜ ସ୍ଥାନକୁ ପୂର୍ବବତ୍ ।।

ମନୁଷ୍ୟ କଲା କର୍ମମାନ,

ପର ପାଇଁ ଗାତ ଖୋଲିଲେ ଦିନେ ନା ଦିନେ 

ତାହା ନିଜ ପାଇଁ ସାଜେ କବର ସ୍ଥାନ ।।

ଆବର୍ଜନା ଯୁୁୁକ୍ତ ପରିବେଶ ଯେ ରୋଗର କାରଣ,

ସାମ୍ପ୍ରତିକ ପରିବେଶର ଏ ଯେ ଜ୍ୱଳନ୍ତ ଉଦାହରଣ ।।

ସ୍ୱଚ୍ଛ ପରିମଳ ରୂପେ ଗଢ଼ ପରିବେଶ 

ଯହିଁ ବିିଦ୍ୟମାନ ସୁସ୍ଥ ଜୀବନ,

ମିଳିତ ହୋଇଣ କରିଲେ ପ୍ରୟାସ

ଧରା ପାଲଟିବ ସ୍ୱର୍ଗ ସମାନ।।

ସଭିଙ୍କୁ ମୋର ନିତ୍ୟ ନିବେଦନ

କର ପରିବେଶ ସୁରକ୍ଷା,

ବ୍ୟାଧି ମୁକ୍ତ ହେବ ଧରଣୀ ଆମର

ସକଳ ଜୀବନ ହୋଇବ ରକ୍ଷା।।

ସୁନାର ସଂସାର କରିବା ଆମେ

ପରସ୍ପର ମିିିଳିମିଶି,

ଦୁଷ୍ଟ ବୁଦ୍ଧି ସବୁ ଦେଲେ ଏଡ଼ାଇ

ସଂସାରେ ଆସିବ ଖୁସି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational