STORYMIRROR

Priyaranjan Biswal

Abstract Others

4  

Priyaranjan Biswal

Abstract Others

ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା

1 min
23K


ବଡ ସ୍ୱର୍ଥପର ଏଇ ମଣିଷ ଜାତି।

ନିଜେ ହଜାଇଛି ସିଏ ନିଜର ମତି।।


ନିଜର ସୁବିଧା ସୁଖ ଟିକିଏ ପାଇଁ।

କରିବାକୁ କିଛି ସିଏ ପଛାଏ ନାହିଁ।।


ପରିବେଶ ସନ୍ତୁଳନ ବିଗାଡି ସିଏ।

ନିଜକୁ ନିଜେ ମହାନ ବୋଲାଉ ଥାଏ।।


ଜନସଂଖ୍ଯା ବୃଦ୍ଧି ତା' ଚିନ୍ତାର କାରଣ।

ନିଜ ହାତେ ଧ୍ୱଂସକୁ କରୁଛି ବରଣ।।


ଧ୍ୱଂସ କରି ନିତି ସେ ସବୁଜ ଜଙ୍ଗଲ।

ପ୍ରସ୍ତୁତ କରୁଅଛି କଂକ୍ରିଟ୍ ମହଲ।।


ନିଇତି ବଢାଉଛି କାରଖାନା ସଂଖ୍ଯା।

ନକରି କେବେ ସେ କୌଣସି ସମୀକ୍ଷା।।


ହ୍ରାସପାଏ ପ୍ରତିକ୍ଷଣେ ଭୂତଳ ଜଳ।

ବିଶ୍ୱତାପ ଅସହ୍ଯ ହେଉଛି ପ୍ରବଳ।।


ମେରୁ ବରଫ ସବୁ ତରଳୁଛି ଆଜି।

ପୃଥୀବି ଭବିଷ୍ଯତ ଲାଗିଅଛି ବାଜି।।


କ୍ଷିପ୍ରବେଗେ ବଢେ ଆଜି ଅଙ୍ଗାରକାମ୍ଳ।

ବିଷାକ୍ତ ଗ୍ଯାସ୍ ରେ ପୂର୍ଣ୍ଣ ବାୟୁମଣ୍ଡଳ।।


ଓଜନ ସ୍ତରରେ ସୃଷ୍ଟ ଅସଂଖ୍ଯ ରନ୍ଧ୍ର।

ସଂଖ୍ଯା ବୃଦ୍ଧି କରାଏ ଚର୍ମ କର୍କଟର।।


ପରିବେଶଟି ହେଲେ ଆବର୍ଜନା ପୂର୍ଣ୍ଣ।

ରୋଗ ସୃଷ୍ଟି ପାଇଁ ସେ ଯୋଗାଏ ଇନ୍ଧନ।।


ମନୁଷ୍ଯ ସହ ପରିବେଶର ବନ୍ଧନ।

ଅଟଇ ଭାରି ସୂକ୍ଷ୍ମ ଆଉ ଚିରନ୍ତନ।।


ସମସ୍ତେ ଗ୍ରହଣ କରି ଗୋଟିଏ ଦିକ୍ଷା।

ନକରି ପ୍ରକୃତିର ଧର୍ଯ୍ଯକୁ ପରୀକ୍ଷା।।


ଇଛା ଯେବେ କରିବାକୁ ଜୀବନ ରକ୍ଷା।

ଆସରେ କରିବା ପରିବେଶ ସୁରକ୍ଷା ।।


Rate this content
Log in

Similar oriya poem from Abstract