ପରିବେଶ ସୁରକ୍ଷା
ପରିବେଶ ସୁରକ୍ଷା
ପଞ୍ଚଭୂତର ଆମ ଏ ପରିବେଶ
ଯତନେ ହୋଇଛି ଗଢ଼ା
ପୃଥ୍ବୀ ଜଳ ବାୟୁ ଆକାଶ ଅନଳ
କେ ନୁହେଁ କାହାଠୁ ଊଣା ।
ତା ମଧ୍ୟେ ସକଳ ଶକ୍ତିର ଆଧାର
ସୂର୍ଯ୍ୟଦେବ ବିରାଜିତ
ବୃକ୍ଷ ଯେ ଅଟଇ ସବୁର ମୂଳରେ
ମନରେ ହେଜ ସମସ୍ତ ।
ଆମ ପରିବେଶ ଏ ଜୀବଜଗତ
ରାସ୍ତାଘାଟ ଘରଦ୍ୱାର
କଳ କାରଖାନା ଯେତେଛନ୍ତି ସବୁ
ଅସ୍ତିତ୍ଵ ପରିବେଶର ।
ଉଚ୍ଚ ଅଟାଳିକା ସବୁଜ ପାଦପ
ବିସ୍ତୀର୍ଣ୍ଣ ବାଲୁକା ରାଶି
ବିହଙ୍ଗମ ଦଳ ନୀଳ ଜଳଧାରୀ
ଅଛି ପୁଣି ମହୋଦଧି ।
ଆମ ଚତୁପାର୍ଶ୍ଵ ଆମ ପରିବେଶ
ଯତ୍ନ ନେଉଥିବା ତାର
ଧୋବା ତୁଠରୁ ଯେ ଗାଆଁ ପରିମଳ
ଏ କଥା ରଖ ମନର ।
ଖୋଲା ସ୍ଥାନେ କେବେ ଯିବା ନାହିଁ ଦୁଇ
ପାଇଖାନା ଯିବା ଆମେ
କୂଅ ପୋଖରୀକୁ ପରିଷ୍କାର କଲେ
ରୋଗ ନ ମାଡ଼ିବ ପାଖେ ।
ବୃକ୍ଷ ଯେ ଆମର ଜୀବନ ଲତିକା
ଶୋଷି ପ୍ରଦ୍ୟୁଷଣ ବାୟୁ
ଅମ୍ଳଜାନ ବାୟୁ ଦିଅଇ ପରଷି
ପ୍ରଶ୍ୱାସରେ ଆମେ ନେଉ ।
ଆଜିର ଦିନରେ ନେବାରେ ଶପଥ
ଲଗାଇବା ବୃକ୍ଷ ଆମେ
ବୃକ୍ଷ ଛେଦନରୁ ହୋଇବା ବିରତ
ଜୀବନ ରହିବ ସୁଖେ ।
ଜଳ ପ୍ରଦ୍ୟୁଷଣ ନ କରିବା କେଭେ
ନ ଛାଡ଼ିବା କଳ ଜଳ
ନିର୍ଭରଶୀଳ ଏ ସବୁ ପ୍ରାଣୀଙ୍କର
ନ ହୋଇବା ଆମେ କାଳ ।
ପୃଥିବୀ ଆମର ଧରିତ୍ରୀ ମାତା ଟି
କର୍ଷଣେ ଉପୁଜେ ଶସ୍ୟ
ତାହାର ସୁରକ୍ଷା ପ୍ରତି ଧ୍ୟାନ ଦେବା
ବ୍ୟବହାରେ ଜୈବ ଖତ ।
ଆଜିର ମଣିଷ ଭୁଲି ସବୁକିଛି
ନିଜ ସ୍ୱାର୍ଥରେ ପାଗଳ
ଅର୍ଥ ଉପାର୍ଜନ କରିବା ନିମନ୍ତେ
କାଟଇ ବଣ ଜଙ୍ଗଲ ।
ପ୍ରକୃତି ରଚଇ ତାଣ୍ଡବର ଲୀଳା
ଅଦିନେ ଆସଇ ବାତ୍ୟା
ଖେଳିଯାଏ ଯେତେ ସବୁ ହାହାକାର
ଧରଣୀ ହୁଏ ପୀଡ଼ିତା ।
ଦେଶବାସୀ ମୋର ହେ ଭାଇ ଭଉଣୀ
ଆସ ହେ ଆଗକୁ ଆସ
ସଚେତନତା ର ବାରତା ବାଣ୍ଟିଣ
ମୁହଁରେ ରଖିବା ହସ ।
ହସିବ ଏ ପରିବେଶ
ହସିବ ଏ ପରିବେଶ ।।
