Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Jayashree Maharana

Inspirational Others

4  

Jayashree Maharana

Inspirational Others

ପରିବେଶ ପ୍ରଦୂଷଣ

ପରିବେଶ ପ୍ରଦୂଷଣ

1 min
23.4K


ଗଦା ଗଦା ଆବର୍ଜନା ପୃଥିବୀ ବକ୍ଷରେ

ଫାଟି ପଡୁଅଛି ନାସା ତା'ର ଦୁର୍ଗନ୍ଧରେ

ପରିବେଶ ପ୍ରଦୂଷଣ ବଢୁଛି ବେଗରେ

ଆବର୍ଜନା ଉପଯୋଗ ମଣିଷ ନ କରେ ।


କାନ୍ଦୁଅଛି ପ୍ରକୃତି ମା' ଅତ୍ୟନ୍ତ ଦୁଃଖରେ

ତନୁ ତା'ର ଆଚ୍ଛାଦିତ ରୋଗ ଜୀବାଣୁରେ

ଜଳ,ବାୟୁ,ମାଟି ରୁଗ୍ଣ ହୋଇଲେଣି ଧୀରେ

କୁଫଳ ଭୋଗିବା ସାର ଜୀବନ ଯାତ୍ରାରେ ।


ଗଢି କଳକାରଖାନା ବିଜ୍ଞାନ ବଳରେ

ବଞ୍ଚିବାକୁ ଚେଷ୍ଟାରତ ଅତି ଆନନ୍ଦରେ

ପ୍ରକୃତିର ବିନା କିବା ସ୍ଥିତି ତା'ସଂସାରେ

ତଥାପି ମଣିଷ ହସେ ବିନା ଶୋଚନାରେ ।


ବେଳ ଥାଉ ଥାଉ ବୁଝି ସର୍ବେ ଚେତନାରେ

ସୁରକ୍ଷିତ ପରିବେଶ ଗଢ଼ ବସୁଧାରେ ।।।



Rate this content
Log in

Similar oriya poem from Inspirational