STORYMIRROR

Anita Dash

Abstract Inspirational Others

3  

Anita Dash

Abstract Inspirational Others

ପରିବାର

ପରିବାର

1 min
11.9K

ଈଶ୍ବରଙ୍କ ଶ୍ରେଷ୍ଠ କୃତି ଏ ମନୁଷ୍ୟ

ଅଟେ ସାମାଜିକ ପ୍ରାଣୀ,

ବ୍ୟକ୍ତିର ପ୍ରଥମ ସାମାଜିକ ସଂସ୍ଥା

ପରିବାର ଥାଅ ଜାଣି ।

ଯୁଗେ ଯୁଗେ ପରିବାରଟି ସମାଜ

ମୌଳିକ ଭିତ୍ତି ରକ୍ଷକ,

ବୃହତ୍ତର ସୁସ୍ଥ ସମାଜ ଗଠନେ

ଏ କ୍ଷୁଦ୍ରତମ ଏକକ ।

ଏକ ଛାତ ତଳେ ଏକ ରୋଷେଇରେ

ଏକକ ସମ୍ପତ୍ତି ଭୋଗ,

ଏକ ମନ ନେଇ ବ୍ୟକ୍ତିର ମିଶ୍ରଣ

ପରିବାର ଟିଏ ଯୋଗ ।

ବିବାହ ବନ୍ଧନ ରକତ ସଂପର୍କ

ଡୋରେ ଫୁଲ ପରି ଛନ୍ଦା,

ସହାନୁଭୂତି ଓ ମମତା ସୌରଭ

ସାଥେ ପରିବାର ବନ୍ଧା ।

ଯୌଥ ଏକକ ପିତୃ ଓ ମାତୃ

କୈନ୍ଦ୍ରିକ ପରିବାର,

ସମାଜେ ମୁଖ୍ୟତଃ ଏହି ଚାରିଭାଗେ

ବିଭାଜିତ ପରିବାର ।

ନବଜାତ ଶିଶୁ ପରିବାରେ ଜନ୍ମି

ହୁଅଇ ପ୍ରତିପାଳିତ,

ବଚନ ପ୍ରକାଶ ସୁପରମ୍ପରାରେ

ହୋଇଥାଏ ସେ ଦୀକ୍ଷିତ ।

ପରିବାର ସର୍ବାଙ୍ଗୀନ ଉନ୍ନତିରେ

ନାରୀର ବିଶେଷ ଦାନ,

ପୁରୁଷତ୍ବର ଅହଂକାର ଭୂଲି

ନାରୀ କୁ ଦିଅ ସମ୍ମାନ ।

ସେନେହ ଦରଦ ତ୍ୟାଗ ସଦ୍ଭାବନା

ସେବା ପରାୟଣତା ନେଇ,

ଆତ୍ମ ସ୍ୱାର୍ଥ ଆତ୍ମ ସୁଖସ୍ୱାଛ୍ଛନ୍ଦ୍ୟକୁ

ଅନ୍ୟ ପାଇଁ ବଳି ଦେଇ ।

ଏକା ମାଆ ପେଟୁ ଜନମି ଯଦିଚ

ଏକାଠି ନପାର ରହି,

ଭିନ୍ନ ଜାତି ଭିନ୍ନ ଧରମ ଗୋଷ୍ଠୀରେ

ଏକତା ସଦ୍ଭାବନା ଖୋଜ କାହିଁ ।

ସୁଖ ଶାନ୍ତିର ଆଲୋକେ ଝଲସି

ହସୁଥିଲେ ପରିବାର,

ସୁଖୀ ପରିବାରେ ସୁସ୍ଥ ସମାଜ

ହସିବ ସାରା ସଂସାର ।

ବିଶ୍ୱ ପରିବାର ଦିବସରେ ପ୍ରଭୁ

ପାଦେ କରେ ନମସ୍କାର,

ହିଂସା ଦ୍ବେଷ ମନମାଳିନ୍ୟ ଦୂରେଇ

ହସୁ ସବୁ ପରିବାର ।



Rate this content
Log in

Similar oriya poem from Abstract