ପରିବା କଳି**********
ପରିବା କଳି**********
ହାଟରେ ଵସିଛି ପରିବା କଳି
ଆଳୁ,ସାରୁ, ମୂଳା ,ଭେଣ୍ଡି
ଟମାଟ, କଖାରୁ, ଵାଇଗଣ
ଯେ ଯାହା ବଢାଣି ହେଉଛନ୍ତି
କୁହାକୁହି ।
ଆଳୁ ଠିଆ ହୋଇ ଛାତିକୁ
ଫୁଲାଇ କହ ମୁଁ ଏକା ରାଜା
ମୋ ଵିନୁ ତରକାରୀ ସୁଆଦ
ନ ଲାଗଇ
ସାରୁ କହେ ମୁଁ ଏକା ରାଜା
ମୋତେ ଛାଡି ଦେଲେ ଭୋଜି
ନ ହୁଅଇ ।
କଖାରୁ ବଖାଣି କହଇ
ସବୁ ଶୁଭ କାମେ ମୁଁ ତ
ଆଗରେ ଥାଇ ମୋ ବିନା
ମିଶେ ନାହିଁ ତରକାରୀ ।
ଅନତି ଦୂରରେ ଭେଣ୍ଡି
ଠିଆ ହୋ
ଇ କହଇ ମୁଁ ତ
ଅଟ ଇ ନିରୋଗ ପରିଵା
ସଭିଙ୍କୁ ଆଗେ ଲୋଡା
ପଡିଥାଇ ।
ମୂଳା ମୁଣ୍ଡକୁ ଟୁଙ୍ଗାରି କହଇ
ମୁଁ ନିଉନ ନୁହେଁ ମୋ ଵିନା
ଶାକର ଆମ୍ବିଳ ନ ଥାଏ ହୋଇ
ଶେଷରେ ଠିଆ ହୋଇ ।
ବାଇଗଣ କହିଲା ମୁଁ ପରା
ଅଟ ଇ ମିଶା ପରିବା
ମୋ ଵିନୁ ଘାଣ୍ଟ କି
ହୁଅଇ
ତରକାରୀରେ ସ୍ବାଦ
ନଥାଇ ।
ଟମାଟ ଉଠି କହେ
ଯେଦେ ଯାହା କୁହ
ମୋ ଵିନୁ କେହି
ଚଳି ପାରନ୍ତି ନାହିଁ
ତରକାରୀ ଅଧୁରା
ରୁହଇ ।