STORYMIRROR

ଦୀପଙ୍କର ଦାସ

Inspirational

3  

ଦୀପଙ୍କର ଦାସ

Inspirational

କଠୋର ହେଲେ ବି ସତ

କଠୋର ହେଲେ ବି ସତ

1 min
326

ଜୀବନ ନୁହେଁ କୁସୁମିତ  

କଣ୍ଟା ଭରା ପଥ

କିଛି ପାଦ କିଛି ହୃଦୟ ଚିରିବ

କଣ୍ଟାର ଆଘାତ ସହି ସହି ବନ୍ଧୁ 

ଚାଲିବାକୁ ହେବ ଚାଲିବାକୁ ହେବ।

ଆଶା ନୁହଁ ବାସ୍ନା  

ନିଃଶ୍ୱାସେ ମିଶିବ

କିଛି କଳା ଧୂଆଁ କିଛି ଯେ ଅଙ୍ଗାର

ଅଧୁରା ଆଶାକୁ ଚାହିଁ ଚାହିଁ ବନ୍ଧୁ

ବଞ୍ଚିବାକୁ ହେବ ବଞ୍ଚିବାକୁ ହେବ।

ସ୍ୱପ୍ନ ନୁହେଁ ରଙ୍ଗ 

ସବୁଦିନ ଥିବ

କିଛି ରଙ୍ଗ ଥିବ କିଛି ଫିକା ହେବ

କଳାରେ ଧଳାରେ ଜୀବନ ଛୁଟିବ

ଚାଲିବାକୁ ହେବ ଚାଲିବାକୁ ହେବ।

ଆଜି ଯେ ବିଶ୍ୱାସୀ 

କାଲି ସେ ଘାତକ

ଘୃଣା ଭରା ତୀର କମାଣ ଲଂଘିବ

କିଛି ପୁରା କିଛି ଅଧା ମାରିଦେବ

ମରିବାକୁ ହେବ ମରିବାକୁ ହେବ।

ଏବେ ଯେ ଜୀବନ୍ତ 

କ୍ଷଣେ ମଡ଼ା ହେବ

ତୁମ ଅପେକ୍ଷାର ଅନ୍ତ ଦିନେ ହେବ

କିଏ କାନ୍ଧ କିଏ ନିଆଁ ଦେଇଯିବ

ଜଳିବାକୁ ହେବ ଜଳିବାକୁ ହେବ।

ଏତିକି ଗୁହାରି ମୋର ଅନ୍ତକାଳେ

ଆଖି ମୋର ଖୋଲା ରଖିଥିବ

ଦେଖିବାକୁ ଚାହେଁ ଏ ବେନି ନୟନ

କିଏ ଆପଣାର କିଏ ବେଇମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational