ପବିତ୍ର ପାରଳା ଭୂମି
ପବିତ୍ର ପାରଳା ଭୂମି
ତୁହିମା ଜନମ ଭୂମି ପବିତ୍ର ପାରଳା ଭୂଇଁ
ତୋହରି ସନ୍ତାନ ହୋଇ ମଣଇ ଧନ୍ୟ
ତୋ ପବିତ୍ର ପରିସର ଅଟଇ ସରଗ ମୋର
ମହେନ୍ଦ୍ରତନୟା କରେ ପଦ ବନ୍ଦନ।
ପବିତ୍ର ମହେନ୍ଦ୍ର ପର୍ବତ
ପୂତ ସୀତା ପରବତ ତହିଁ ଶୋଭିତ।୧।
ବୃନ୍ଦାବନ ରାଜବାଟୀ ତା' ବିରଳ କଳାକୃତି
ମନ୍ଦିର ମଠ ସଂସ୍କୃତି ତା'ର ମହାନ
ବଡ଼ ରାଧାକାନ୍ତ ମଠ ଆବର ପରିଚ୍ଛା ମଠ
ମହେନ୍ଦ୍ର ଚୂଳେ ରାଜିତଦେଉଳମାନ।
ଚନ୍ଦ୍ରଗିରି ବୌଦ୍ଧ ବିହାର
ଗଣ୍ଡାହାତୀ ପ୍ରସ୍ରବଣ କିି ମନୋହର।୨।
ଜନମିଲେ ତୋ କୋଳରେ କେତେ ଜ୍ଞାନୀ ଗୁଣୀ ନରେ
ଗୌରହରି ହରିକୃଷ୍ଣ ଶ୍ୟାମସୁନ୍ଦର
କବିକୁଳ କଳହଂସ ଭକତ ଗୋପାଳକୃଷ୍ଣ
କବିଚନ୍ଦ୍ର ରଘୁନାଥପରିଚ୍ଛା ବର।
ଗୋପୀନାଥ ନନ୍ଦ ପ୍ରବର.
ଭାଷା ବିଜ୍ଞାନୀ ରୂପରେଖ୍ୟାତି ଯାହାର।୩।
ପୂଣ୍ୟଶ୍ଳୋକ କୃଷ୍ଣଚନ୍ଦ୍ରପାରଳା ଦେଶ ନରେନ୍ଦ୍ର
ଓଡ଼ିଆ ଜାତିର ବନ୍ଦ୍ୟ ଅଟନ୍ତି ସେହୁ
ଜାତିର ମଙ୍ଗଳ ପାଇଁଧନମନପ୍ରାଣ ଦେଇ
ଓଡ଼ିଆ ଏକତା ନେଇ ପ୍ରସାରି ବାହୁ।
ଗୋପବନ୍ଧୁ ମଧୁସୂଦନ
ଜାତିକୁ ଅର୍ପି ପାରଳା ଅଧିବେଶନ।୪।
ପ୍ରବୀଣ କବିଭୂଷଣ ଗୋପୀନାଥ ପାତ୍ର ଜାଣ
ପଦ୍ମନାଭ ଗଜପତି ଅରଜି ଯଶ
ଆପନା ପଣ୍ଡା ପ୍ରବର ଆପନା ପରିଚ୍ଛା ବର
ରଚି ହୋଇଲେ ଅମରଗ୍ରନ୍ଥ ବିଶେଷ।
ଶିଳାରେ ସତ୍ୟନାରାୟଣ
ଲିପି ଶାସ୍ତ୍ରରେ ନିପୁଣସାରା ଭୁବନ।୫।