Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

3  

Nilamani Thapa

Inspirational Others

ଭାବର ଠାକୁର

ଭାବର ଠାକୁର

1 min
175



କାଲିଆରେ ନାଇଁ ଲାଗଲେଁ ତୋର୍ ଡୋରି

କେନ୍ତା ଯିମି ମୁଇଁ ପୁରୀ

ହେ ଭାବର୍ ଠାକୁର ଲଗେଇ ଦେ ଥରେ

ବସିଛେଁ ମୁଇଁ ଚକାମାରି ।।


ହରମିସା ମୁଇଁ ସପନ୍ ଦେଖୁଛେଁ ତତେ

ଖଟେଁ ସୁଇ ଥାଇ କରି

ଭାବର୍ ବିନୋଦିଆ ହେ କଲା ଠାକୁର

ଲଗେଇ ଦେ ଥରେ ଡୋରୀ।।


ମନ୍ ଟା ସିନା ମୋର୍ ଉନା ମନ୍ ଆଏ

ଭାବୁ ଥିସିଁ ବସି କରି

ଇ ଉନା ମନ୍ ବୁଝାବାର୍ ଲାଗି ମୁଇଁ

କେନ୍ଥେଇ ଯିମି ପୁରୀ ।।


ଭକ୍ତର ଭାବ ସିନା ଭଗବାନ୍ କେ ଜନା

ନାଇଁ ଥାଏ ତାକେ ଊନା

ଫଟା କପାଲେ କଚଡେଁଇ ହେଲେଁ

ଆରୁ କାଣା ହେବା ।।


ଆରେ କାଳିଆ ନେଇଁ ଯା ଥରେ

ମତେ ସୁରତା କରି

ଆରୁ ନାଇଁ ପାରେ ଟିକେବି ଠହରି

ଡାକିନେ ମତେ ପୁରୀ ।।



Rate this content
Log in

Similar oriya poem from Inspirational