STORYMIRROR

Kanduri Charan Rout

Inspirational

3  

Kanduri Charan Rout

Inspirational

ତୁମରି ପ୍ରେରଣା ପାଇ

ତୁମରି ପ୍ରେରଣା ପାଇ

1 min
255


ହାତରେ ମୁଁ ଆଜି କଲମ ଧରିଛି

ତୁମରି ପ୍ରେରଣା ପାଇ

ସେଇ କଲମରେ ଲେଖୁଛି କବିତା 

ଗୁଣୁଗୁଣୁ ଗୀତ ଗାଇ ।


କଲମ ମୁନରେ ଆଙ୍କୁଛି ମୁଁ ସଦା

ତୁମରି ଅଭୁଲା ଛବି

ତୁମ ସ୍ନେହ ପ୍ରେମ କରାଇଛି ମୋତେ

ଦରଦୀ ମନର କବି ।


କେଉଁ ଆବେଗରେ ଭରିଲ ସପନ

ସଞ୍ଜରୁ ସକାଳ ନିତି

ଅବୁଝା ମନଟା ପାରେନାହିଁ ଭୁଲି

ତୁମ ସ୍ମୃତି ଦିନରାତି ।


ତୁମେ ମୋ କବିତା ତୁମେ ମୋ ସବିତା

ତୁମେ ମୋ ଗପ କାହାଣୀ

କେତେ କ'ଣ ସବୁ ଲେଖି ହେଇଯାଏ ଦେଖିଲେ ତୁମ ଚାହାଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational