ତୁମରି ପ୍ରେରଣା ପାଇ
ତୁମରି ପ୍ରେରଣା ପାଇ


ହାତରେ ମୁଁ ଆଜି କଲମ ଧରିଛି
ତୁମରି ପ୍ରେରଣା ପାଇ
ସେଇ କଲମରେ ଲେଖୁଛି କବିତା
ଗୁଣୁଗୁଣୁ ଗୀତ ଗାଇ ।
କଲମ ମୁନରେ ଆଙ୍କୁଛି ମୁଁ ସଦା
ତୁମରି ଅଭୁଲା ଛବି
ତୁମ ସ୍ନେହ ପ୍ରେମ କରାଇଛି ମୋତେ
ଦରଦୀ ମନର କବି ।
କେଉଁ ଆବେଗରେ ଭରିଲ ସପନ
ସଞ୍ଜରୁ ସକାଳ ନିତି
ଅବୁଝା ମନଟା ପାରେନାହିଁ ଭୁଲି
ତୁମ ସ୍ମୃତି ଦିନରାତି ।
ତୁମେ ମୋ କବିତା ତୁମେ ମୋ ସବିତା
ତୁମେ ମୋ ଗପ କାହାଣୀ
କେତେ କ'ଣ ସବୁ ଲେଖି ହେଇଯାଏ ଦେଖିଲେ ତୁମ ଚାହାଣି ।