STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ସେମିତି ଭୋଜନ

ସେମିତି ଭୋଜନ

1 min
236


 ସଂସାର ହାଟରେ ଗରାଖ ସାଜି ମୁଁ

ଆସିଛି ହାଟକୁ ବୁଲି,

ପରମ ପିତାଙ୍କ ନିର୍ଦ୍ଦେଶ କ୍ରମେ

ସତ୍ୟ ଧର୍ମ ଆଚରିଲି।


ବାଟର ବାଟୋଇ ହାଟରେ ପହଞ୍ଚେ

ଦେଖେ ସେ ଜାତିଜାତିକା,

ନାନା ରୂପରଙ୍ଗେ ନାନା ଆଭୂଷଣେ

ବିଚିତ୍ର ସଖି ଓ ସଖା।


ଜୀବନ ସଉଦା କରିବା ତ ଜମା

ନୁହଁଇ କେବେ ସହଜ,

ସୁଖ ଦୁଃଖ ପୁଣି ହସ କାନ୍ଦ ଭରା

ଥାଏ ଯେ କେତେ କରଜ।


ସତ୍ ଚିତ ଆଉ ଆନନ୍ଦକୁ ଚିନ୍ତି

ସତ୍ୟ ପଥେ ଅନୁସରି,

ପାପ ପୂଣ୍ୟର ଟୋକେଇରୁ ଖାଲି

ପୂଣ୍ୟଫଳ ନେବି ଧରି।


ହାଟର ସଉଦା ହାଟରେ ସରିବ

ଯିଏ ଯେଉଁ ମତେ ନେବ,

ଯେମିତିକା ଫଳ ଗୃହକୁ ଆଣିବ

ସେହି ଭୋଜନ କରିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational