Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସିଧା କଥା-13 -ଡକ୍ଟର କୃତ୍ତିବାସ ନାୟକ

ସିଧା କଥା-13 -ଡକ୍ଟର କୃତ୍ତିବାସ ନାୟକ

1 min
220



ପ୍ରକୃତିର ସୃଷ୍ଟି ଅତ୍ୟନ୍ତ ସୁନ୍ଦର ସୁଗମ ସଭିଙ୍କ ପାଇଁ,

ସବୁ ଜୀବ-ଜନ୍ତୁ ବୃକ୍ଷ-ଲତା ଦ୍ରବ୍ୟ ଖଞ୍ଜି ଦେଇଛନ୍ତି ସାଇଁ |


ଚନ୍ଦନ ତୁଳସୀ ସହିତ ରହିଛି ବିଛୁଆଟି ଆଉ ବିଷ,

ଖାଦ୍ୟ ଷଡ଼ରସ ଫଳରେ ଅମୃତ ଫୁଲରେ ସୁଗନ୍ଧି ବାସ |


ବିଷଠୁଁ ଦୂରେଇ ରହିଥିଲେ ଆମେ ସିଏ ହୁଏ ଦରକାରୀ,

ଅମୃତ ଆମର ଓ଼ଠରେ ଆଖିରେ ମନେ ରଖିଥିବା ଭରି |


ଯେତେକ ମଣିଷ ଅଛନ୍ତି ସଂସାରେ କିଛି ଭଲ କିଛି ମନ୍ଦ,

କିଏ ଦାନ କରେ କିଏ ଠକି ନିଏ ଧନ ପାଇଁ କିଏ ଅନ୍ଧ |


କିଛି ଖଳଲୋକ ଲଗାନ୍ତି କଳଙ୍କ ଏହି ସମାଜରେ ରହି,

ଦୁର୍ନୀତିରେ ବ୍ୟସ୍ତ ଲୁଟନ୍ତି କେତେକ ସରଳ ସୁଯୋଗ ନେଇ |


ସାଧାରଣ ଲୋକ ଆନନ୍ଦ ଦିଅନ୍ତି ନାହିଁ ପର-ଆପଣାର,

ଭଲଲୋକ ଆମ ସ୍ମୃତିରେ ରହନ୍ତି ଲାଗନ୍ତି ଅତି ନିଜର |


ମନ୍ଦ ପ୍ରକୃତିର ମଣିଷ ଦିଅନ୍ତି ଅନୁଭୂତି ଅଭିଜ୍ଞତା,

ଚୋର ବି ଶିଖାଏ ଠକ ବି ଦେଖାଏ ବଞ୍ଚିବାର ନୂଆପନ୍ଥା |


ସଭିଏଁ ଆମକୁ ଦିଅନ୍ତି ନିଶ୍ଚୟ କିଛିସୁଖ କିଛିଦୁଃଖ,

ଭଲ-ମନ୍ଦ ମିଶି ରହିବେ ସମସ୍ତେ ପାଇବା ଜୀବନ ଯାକ |




Rate this content
Log in

Similar oriya poem from Inspirational