Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Inspirational Others

3  

GAGAN KUMAR DASH

Inspirational Others

ହାଟ

ହାଟ

1 min
286



ଜୀବନ ହାଟରେ ଶହ ଶହ ଗ୍ରାହକ

କିଏ କିଣେ ବିକେ କିଏ,

ବିକିବା ଲୋକ ବି କିଣିବାକୁ ପଡେ

ସମସ୍ତେ ଗ୍ରାହକ ଟିଏ ।


ନିଜ ବୁଦ୍ଧି ନେଇ ବ୍ୟବସାୟ ହୁଏ

ସଭିଙ୍କ ସୁବିଧା ହୁଏ,

ସ୍ଵାର୍ଥପରତା ର ବେପାରୀ ଜଣକ

ସବୁବେଳେ ଦୁଃଖ ପାଏ ।


କିଏ କିଣି ଥାଏ ଆମିଷ ଗୋରସ

କିଏ କିଣଇ ପରିବା,

ନିଜ ଆବଶ୍ୟକ ତୁଲାଇବା ପାଇଁ

ଚାଲଇ ଯିବା ଆସିବା ।


ହାଟରେ ମିଳଇ ସମସ୍ତ ପଦାର୍ଥ

ଯାହାକୁ ଖୋଜିବ ଯେତେ,

ହାଟରେ ଭେଟନ୍ତି ଭିନ୍ନ ଭିନ୍ନ ଜନ

ଆନନ୍ଦ ମିଳଇ କେତେ ।


ଦେଖା ଦେଖି ହୁଏ ବନ୍ଧୁ ସଖା ମିଳେ

ହାଟରେ ଗପିବା ପାଇଁ,

ଜୀବନ କାହାଣୀ କିଏ ବଖାଣଇ

କିଏ କାନ୍ଦେ ଦୁଃଖ କହି ।


ହାନି ଲାଭ ଅଛି ହାଟ ବଜାର ରେ

ଦେଖି ବେପାର ବଣିଜ,

ସେ କରେ ଉନ୍ନତି ବ୍ୟବହାର ଦେଖି

ସେ ଜାଣେ ଲାଭ ମଉଜ ।


ହାଟ ଓ ବାଟରେ ବ୍ରହ୍ମଜ୍ଞାନ ଖୋଲି

ତୁଚ୍ଛା ରେ ଯେ କରେ ଗର୍ବ,

ତା ଠାରୁ ମୁରୁଖ ଜଗତରେ ନାହିଁ

ଧିରେ ଧିରେ ସରେ ସର୍ବ ।


ମନ ଓ ବିବେକ ଲାଲସାର ପାଇଁ

କିଣା ବିକା ହୋଇଥାଏ,

ଯେ ଯାହା ଚାହାଁନ୍ତି ସେ ତାହା କିଣନ୍ତି

ଶକ୍ତି ଦେଖି ଚିଜ ନିଏ ।


ସ୍ବାର୍ତ୍ତିକ ପୁରୁଷ ଅଧର୍ମ ଜନତା

ହୋଇଯାଏ ଏଠି ବାରି,

ଇଚ୍ଛାରେ ପଡିଣ ତୁଚ୍ଛାଟାରେ ଜନ

ମାୟା ଜାଲେ ହୋ'ନ୍ତି ଘାରି ।


ଜୀବନ ହାଟରେ ଶରୀରର କାମ

ସୁସ୍ଥ ପାଇଁ ଚେଷ୍ଟା କରେ,

ହେଲେ ଏ ମଣିଷ ଲାଳସାରେ ପଡ଼ି

ଭିନ୍ନ ପଥଟିକୁ ଧରେ ।


ହୁଙ୍କା ପିଟା ଜନ ହେରେଇ ହେରେଇ

ସନ୍ଦେହରେ ଚାହିଁ ଥାଏ,

ହେଳାରେ ମାନବ ସବୁ ଭୁଲିଯାଏ

ଶେଷରେ ହ୍ରେଷା ଧ୍ବନି ଦିଏ ।


ହେୟ ମନେ କରେ ଗୁଣି ଜ୍ଞାନୀ ଜନେ

ହେମତ୍ ନ ପାରେ ସଞ୍ଚି,

ହେତ୍ବା ଭାଷ ଭାସେ ବାହୁସ୍ଫୋଟ ମାରେ

କରିପାରେ ନାହିଁ କିଛି ।


ବନ୍ଧୁ ମିଳନର ପ୍ରଶସ୍ତ ସ୍ଥାନଟି

ହାଟରେ ତ ମିଳିଥାଏ,

ମଜାମଉଜରେ ସେ ଦିନ ଟି ବିତେ

ଭାଗ୍ୟରେ ଥିଲେ ସେ ପାଏ ।


Rate this content
Log in

Similar oriya poem from Inspirational