ଗୋମାତା
ଗୋମାତା
ଯେତେବେଳେ ବୁଦ୍ଧିର ମୋ ଶୁଭୋଦୟ ହେଲା
ମଣିଷର ଦୁଇ ଗୋଟି ମାଆ ବୋଲି ସେ ଜାଣିଲା।
ଜଣେ ମାଆ ଦେଇଥାଏ କ୍ଷୀର ଶିଶୁବସ୍ଥାରେ
ଆଉ ଜଣେ ମାଆ ଦିଏ କ୍ଷୀର ସବୁ ସମୟରେ।
ଜଣେ ତାର ଜନ୍ମଦାତ୍ରୀ ଜୀବନ ସରଞ୍ଚିତା
ଆଉ ଜଣେ ମାଆ ତାର ଅଟେ ଯେ ଗୋମାତା।
ଜଣେ ମାଆ ତୁଣ୍ଡ ଖୋଲି ସବୁ କହିପାରେ
ଆଉ ଜଣେ ମାଆ ସବୁ କହେ ନିରବରେ।
ଦୁଇ ଜଣ ମାଆଙ୍କୁ ପ୍ରାୟ କେହି ବୁଝନ୍ତି ନାହିଁ
ବୃଦ୍ଧାଶ୍ରମ ରାଜରାସ୍ତାକୁ ଦୁହେଁ ଆସନ୍ତି ଓହ୍ଲେଇ।
ଏ ଦୁହିଁଙ୍କୁ ଦେଖି ମୋର ମନ ପ୍ରାଣ କାନ୍ଦୁଥାଏ
ସେମାନଙ୍କ ଧୈର୍ଯ୍ୟ ଦେଖି ଶତସିଂହ ବଳ ଆସିଯାଏ
ଦୁଇ ଜଣ ରୁହନ୍ତି ଆମ ବିପଦରେ ସୁରକ୍ଷା କବଚ ଭଳି
ଯାହା ବି ବିପଦ ଆସେ ନିଜ ସହ ନିଅନ୍ତି ଆଦରି।
ସମାଜରେ ସବୁଠୁ ମହାନ୍ ଏଇ ମାଆର ଆସନ
ଦୟା କରି କେବେ ହେଲେ ନ କରିବା ତାଙ୍କ ଅପମାନ।
କୋଉ ମାଆ ମନୁଷ୍ୟର ଅସୁବିଧାରେ ନ ରହୁ
ବୁଦ୍ଧିର ସୂରୁଯୋଦୟ ଯଥାଶୀଘ୍ର ହେଉ।
କୋଉ ମାଆ ବୃଦ୍ଧାଶ୍ରମ କେବେ ବି ନ ଯାଉ
ବାସହରା ଗୋମାତା ମୋ ରାଜରାସ୍ତାକୁ ନ ଯାଉ।
ମାଆ ଦୁହିଁଙ୍କୁ ମୋର ମଥାନତ ପ୍ରଣାମ
ତୁମରି ଯୋଗୁଁ ଆନନ୍ଦେ କଟେ ଏ ଜୀବନ।
ଯେତେବେଳେ ବୁଦ୍ଧିର ମୋ ଶୁଭୋଦୟ ହେଲା
ମଣିଷର ଦୁଇ ଗୋଟି ମାଆ ବୋଲି ସେ ଜାଣିଲା।