STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ଅଛି ବର୍ଣ୍ଣିତ

ଅଛି ବର୍ଣ୍ଣିତ

1 min
177


ନାମ ହିଁ ମଧୁର, ଦାନ ବି ମହତ

ଶୁଝି ପାରିବେନି କେହି,

ଅମୃତ ଧାରା ବୁହାଇ ଦିଅଇ 

ଜଗତଜନଙ୍କ ପାଇଁ,

ସିଏ ଯେ ମମତାମୟୀ

ଏ ଧରାଧାମେ ଗୋମାତା ରୂପରେ

ସର୍ବଦେବାଦେବୀ ରୂପେ ପୂଜା ପାଇ।


ଯେଉଁ ଗୃହେ ଥାଏ ସେ ଗୃହରେ ସଦା

ସୁଖ ଶାନ୍ତି ଆସେ ଧାଇଁ,

ତା ପ୍ରବେଶ ହେଲେ ସର୍ବଗ୍ରହରିଷ୍ଟ

ଖଣ୍ଡନ ହୋଇଥାଇ,

ଅନୁଭବି ନିଜେ ମୁହିଁ,

ସେବା ପୂଜାର୍ଚ୍ଚନା ଆଦର କରିଲେ

ଦୁଃଖ କଷ୍ଟ ଦୂରୀଭୂତ ହୁଏ ଭଲେ।


ଅପୁତ୍ରିକ ଘରେ ପୁତ୍ର ଜାତ ହୁଏ

ଗୋମାତା ଆଶିଷ ବଳେ,

ଗୋମାତାଙ୍କ ପ୍ରତି ଲୋମକୂପେ ଥାନ୍ତି

ସବୁ ଦେବାଦେବୀ ଗଣେ,

ଗୋମାତାଙ୍କ ଅନ୍ୟନାମ କାମଧେନୁ 

ଅଛି ବର୍ଣ୍ଣିତ ପୁରାଣେ।

କୋଟି ଜୁହାର ତୋ ଚରଣେ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational