STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ପ୍ରଭୁ ତୁମ ବାଟ ରହିଛି ଚାହିଁ

ପ୍ରଭୁ ତୁମ ବାଟ ରହିଛି ଚାହିଁ

1 min
217


ନିତି ଅପେକ୍ଷାରେ 

ତୁମ ବାଟ ରହିଛି ଚାହିଁ,

ହେ ନଟ ନାଗର ତୁମେ ରହିଲ କାହିଁ ??

ଦେଖି ଯାଅ ପ୍ରଭୁ ତୁମ ବାଟ ରହିଛି ଚାହିଁ !!


ନିତି ସ୍ଵପ୍ନ ବୁଣେ

ମନ ବଗିଚାରେ ତୁମ ପାଇଁ

ଦିଅ ହେ ଆଶିଷ ରହିବି ତୁମର ହୋଇ !!

ଦେଖି ଯାଅ ପ୍ରଭୁ ତୁମ ବାଟ ରହିଛି ଚାହିଁ !!


ନିତି ଭିଜେ ମୁହିଁ

ତୁମ କରୁଣା ବାରିରେ

ରାଧା ମୀରା ନୁହେଁ ଦୁଃଖିନି ହୋଇ !!

ଦେଖି ଯାଅ ପ୍ରଭୁ ତୁମ ବାଟ ରହିଛି ଚାହିଁ !!


ନିତି ଆଖି ଖୋଜେ

ତୁମ ଶ୍ରୀମୁଖ ମୁଁ ରହିଛି ଚାହିଁ

ତୁମ ନାମ ଭଜି ଜୀବନ ନଈ ଯାଉ ଗୋ ବହି !!

ଦେଖି ଯାଅ ପ୍ରଭୁ ତୁମ ବାଟ ରହିଛି ଚାହିଁ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational