STORYMIRROR

baishnaba meher

Inspirational

3  

baishnaba meher

Inspirational

ଆତ୍ମ ଚିନ୍ତନ

ଆତ୍ମ ଚିନ୍ତନ

1 min
413

କାହିଁକି ହେବି ମୁଁ

ଅନ୍ୟଙ୍କ ପରି,

ଯେବେ ଦୁନିଆଁରେ

ମୋ ପରି ନାହିଁ କେହି ।

ଉଡିବାକୁ ଦିଅ ମୋତେ,

ମୁକ୍ତ ଆକାଶରେ

ମୋ ଇଚ୍ଛା ମତେ ।

ପବନରେ ଧୂଳି

ଯାଉ ଯେତେ ଦୂର,

ପବନ ଯେବେ

ଅଟକିଯିବ

ଧୂଳି ଭୁଇଁରେ ପଡିବ ।

ସମୟ କହିବ

କିଏ କେତେ ନିଜର,

ଦୁଃଖ ନୁହଁ ଚିରସ୍ଥାୟୀ

ସୁଖ ବି

କ୍ଷଣ ଭଙ୍ଗୁର ।

ସମୟ ଚାଲିଗଲେ

ଯଦି ସତର୍କ ହେବ,

ଦୁନିଆଁ ଆଗରେ

ମୂର୍ଖ ପାଲଟି ଯିବ ।

ଜରୁରୀ ନୁହଁ

ସବୁ ପସନ୍ଦ

ସମ୍ପର୍କ ପ୍ରେମର,

ବେଳେବେଳେ

ଅଚିହ୍ନା ପାଇଁ ବି

ସ୍ପନ୍ଦିତ ହୁଏ ହୃଦୟ ।

ନିଜେ ନିଜକୁ

ସତର୍କ ରହିବାକୁ ହେବ,

କାହିଁକି ନା

ସାଥି ବି ଦିନେ

ଦୁନିଆଁ ଛାଡି ଚାଲିଯିବ ।


Rate this content
Log in

Similar oriya poem from Inspirational