STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ପରଗ୍ରହୀ

ପରଗ୍ରହୀ

1 min
165

ଅନନ୍ତ ବ୍ରହ୍ମାଣ୍ଡେ ଦୂରାନ୍ତ ଗ୍ରହରେ

ଉନ୍ନତ ଆଶ୍ଚର୍ଯ୍ୟ ପ୍ରାଣୀ

ରହିଛି ଅସ୍ତିତ୍ୱ ଆସନ୍ତି ଭ୍ରମଣେ

ବିଶ୍ୱସନ୍ତି ଲୋକେ ପୁଣି ।


ଉଡନ୍ତା ଥାଳିଆ ପ୍ରାୟେକ ଦିଶଇ

ତାଙ୍କ ମହାକାଶ ଯାନ

ଉଜ୍ଜ୍ୱଳ ଆଲୋକ କରେ ବିଚ୍ଛୁରଣ

ନିମିଷେ ଦୃଶ୍ୟ ଉଭାନ ।


କ୍ଷୁଦ୍ରକାୟ ନୀଳ ଅତ୍ୟନ୍ତ ଅଦ୍ଭୁତ

ସେ ପ୍ରାଣୀ କିମ୍ଭୁତାକାର 

ତୀବ୍ର ଗତି ବେଗ ଅଟେ ସେ ଯାନର

ଘୂରି ପାରେ ଚକ୍ରାକାର ।


ନିର୍ଜନ ସ୍ଥାନରେ ଉଡନ୍ତା ଥାଳିଆ

କରଇ ଅବତରଣ

ଉଠାଇ ନିଏ ସେ ଗାଈ ଗୋରୁ ଘୋଡ଼ା

ପୃଥିବୀର ଜୀବ ମାନ ।


 ପ୍ରାଣୀଙ୍କ ଆଖିରେ ଝଲସି ଉଠଇ

ଉଜ୍ଜ୍ୱଳ ଆଲୋକ ଜ୍ୟୋତି

ଶୂନ୍ୟ ଆକର୍ଷଣେ ପାରନ୍ତି ଉଠାଇ

ଅକଳନ ତାଙ୍କ ଶକ୍ତି ।


କେଉଁଠୁ ଆସନ୍ତି କୁଆଡେ ଯାଆନ୍ତି

ତାଙ୍କ ଅଭିପ୍ରାୟ କ'ଣ

ଜଣା ପଡି ନାହିଁ ଏ ଯାବତ ସତ୍ୟ

କହନ୍ତି କେତେକ ଭ୍ରମ ।


ବିଜ୍ଞାନ ଜଗତ ନୀରବତା ରଖି

ଚଳାନ୍ତି ଅନୁସନ୍ଧାନ

ସତ୍ୟ ଉନ୍ମୋଚିତ ନ ହୋଇବା ଯାଏ

ବିଷୟଟି ସନ୍ଦିହାନ ।


ଅଦ୍ଭୁତ କିମ୍ଭୁତ ପରଗ୍ରହୀ ପ୍ରାଣୀ

କାହାଣୀ ଗୁଜବ କଥା

ଦେଖାଯାଏ କିଛି ଚଳଚ୍ଚିତ୍ର ଦୃଶ୍ୟେ

ଦର୍ଶକ ଉଠାନ୍ତି ମଜା ।

 -----



Rate this content
Log in

Similar oriya poem from Inspirational