STORYMIRROR

Rajat Kumar Nayak

Classics

3  

Rajat Kumar Nayak

Classics

ପ୍ରେରଣା

ପ୍ରେରଣା

1 min
11.6K

ଭାବନା ର ଚଞ୍ଚକତା ରେ

ବ୍ୟତିବ୍ୟସ୍ତ ଏଇ ମନ ର

କିଛି ଅବାସ୍ତବ ପ୍ରଶ୍ନ ରେ

ଭାଙ୍ଗିଯାଏନା ସେ

ହୃଦୟରେ ତରଙ୍ଗାୟିତ

ସ୍ପନ୍ଦନ ର ପ୍ରତିଟି ଆଘାତ କୁ

ଅଣଦେଖା କରି ଆଗକୁ

ବଢ଼ିବାର ପ୍ରୟାସ କରି

କିଛିକ୍ଷଣ ଥକିଯାଏ ସିନା

ହେଲେ ହାରିଯାଏନା ସେ

ଅବିବେକୀ ସମୟର

ପ୍ରତିଶ୍ରୁତି ର ମରୀଚିକା ରେ

ତୃଷାର୍ତ୍ତ୍ୟ ହେଇଯାଏ କିନ୍ତୁ

ବିଶ୍ବାସ ର ଟିକେ ଶାନ୍ତ୍ବନା ରେ

ଆଗକୁ ବଢ଼ିଚାଲେ ସେ

ହାରିନଥିଲା କେବେ

ହାରିବାର ଅଭିନୟ କରିବାକୁ

ନାଁ କେବେ ଚାହିଁଛି

ନାଁ ଅଭିପ୍ରାୟ ଅଛି

ଅପରାଜିତା ସେ

କେବେ ବି ହାରିବନି

ନାଁ ହିଁ ଯଥେଷ୍ଟ ତାର

ନାଁ ତାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics