STORYMIRROR

Jayashree Maharana

Abstract

2  

Jayashree Maharana

Abstract

ପ୍ରେମରେ ପରମ ତୃପ୍ତି

ପ୍ରେମରେ ପରମ ତୃପ୍ତି

1 min
2.8K

ଶ୍ୟାମଘନଙ୍କର ଦରଶନେ ପ୍ରାଣ

ପ୍ରେମରେ ତଲ୍ଲୀନ ହୋଇ

ରାଜନନ୍ଦିନୀ ସେ ମିରାବାଇ ନାମ୍ନୀ

ସଂସାର ଗଢିଲେ ନାହିଁ


ରାଜକୀୟ ସୁଖ ପରିତ୍ୟାଗ କରି

କୃଷ୍ଣ ନାମ ଭଜି ଭଜି

ହୃଦୟରେ ଶାନ୍ତି ଆୟତ୍ତ କରିଲେ

ଶାଶ୍ୱତ ପ୍ରେମରେ ମଜ୍ଜି


ନଥିଲା ହୃଦୟେ ପ୍ରାପ୍ତିର ଗରଳ

ନଥିଲା ମନରେ ଦୁଃଖ

କୃଷ୍ଣଙ୍କ ଚରଣେ ଜୀବନ ସମର୍ପି

ପାଇଥିଲେ ସିଏ ମୋକ୍ଷ


ନିଃସ୍ୱାର୍ଥ ହୃଦରେ ନିର୍ମଳ ମନରେ

ଭକ୍ତି ପ୍ରୀତି ଅର୍ଘ୍ୟ ଢାଳି

ମିଥ୍ୟା ମୋହମାୟା ଈର୍ଷା ଦ୍ଵେଷ ଗର୍ବ

ଦେଇଥିଲେ ମନୁ ଟାଳି


ମରତ ଜନଙ୍କୁ ଶାଶ୍ୱତ ପ୍ରେମର

ମହତ୍ତ୍ୱ ବାଣ୍ଟିଲେ ମାତା

ତାଙ୍କରି ପ୍ରେମକୁ ପୂଜନ୍ତି ସକଳେ

ଭକ୍ତିରେ ନୁଆଇଁ ମଥା


ଦିବ୍ୟ ଅନୁଭବ ସୂକ୍ଷ୍ମ ଚିନ୍ତାଧାରା

ପ୍ରେମରେ ପରମ ତୃପ୍ତି

ନଥାଏ କିଞ୍ଚିତ ବ୍ୟଥାର ସଂକେତ

ମନେ ଭରିଥାଏ ଶକ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract