STORYMIRROR

Suresh chandra Padhy

Romance

4  

Suresh chandra Padhy

Romance

ପ୍ରେମରେ ମତୁଆଲା

ପ୍ରେମରେ ମତୁଆଲା

1 min
345

ତୋ ପ୍ରେମ ରେ ହେଲି ମୁଁ ମତୁଆଲା,

ମୁଁ ତୁ ମଜନୁ ହେଲି ତୋ ମୋ ଲୈଲା।


ତୋ ନା ମୁଁ ଲେଖି ଦେଲି ମୋ ହାତରେ,

ଜନମ ଜନମ ରହିବି ତୋ ସାଥିରେ।


ତୋ ହରିଣୀ ଆଖି ମୋତେ ପ୍ରେମିକ କଲା,

ତୋ ଅଣ୍ଟା ଭଙ୍ଗା ଚାଲି ମୋତେ କରି ଦେଲା ଘାଇଲା।


ତୋ ଆଖିର କଜଳ ଗାର ରେ ଟାଣି ନେଲୁ ମୋତେ,

ତୋ ପ୍ରୀତି ର ବନ୍ଧନ ରେ ବାନ୍ଧି ଦେଲୁ ସତେ।


ନୀତି ମୋ ସ୍ୱପ୍ନ ରେ ଚୁପି ଚୁପି ଆସିଲୁ,

ଚୋରା ପୀରତି କରି ମୋ ସାଥେ ରହିଲୁ।


ତୋ ଗଜରା ର ବାସ୍ନା ମନ ନେଇ ଗଲା ମୋର,

ତୋ ମିଠା ମିଠା କଥା ରେ ହେଇ ଗଲି ମୁଁ ତୋର।


ପ୍ରେମ ଫଗୁଣ ରଙ୍ଗ ମୋ ଦେହେ ଲଗାଇ ଦେଲୁ,

ପୁନେଇଁ ରାତିର ଚାନ୍ଦ ହୋଇ ମୋ ଜୀବନେ ଆସିଲୁ।


ତୋ ବିନା ଆଉ ସାଥି ରହି ପାରୁ ନାହିଁ,

ତୋ ପ୍ରେମ ରେ ରହିବି ମୋ ପ୍ରିୟା ତୋରି ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance