ପ୍ରେମରେ ଗଲୁରେ ପଡି
ପ୍ରେମରେ ଗଲୁରେ ପଡି
ଯଦି ପ୍ରେମରେ ଯିବୁରେ ପଡି
ଯେତେ ସବୁ ଦୁଃଖ ବାଟଛେକୁଥିବ
ତଳକୁ ଯିବରେ ଗଡି ।
ନାଲି ଓଠରେ ଚୁମିବୁ ମଧୁ
ପରଜାପତି ର ରଙ୍ଗ ରେ ବିଭୋର
ଗୋପପୁରେ କୂଳବଧୂ ।
ଯିଏ ପ୍ରେମକୁ ଯାଇଛି ଭୁଲି
ତାପାଇଁ ଜୀବନ ଜଳ ହୀନ ମୀନ
ଅକାରଣ ରଙ୍ଗ ତୁଳି ।
କିଏ କହେ ଏ ଲୁଙ୍ଗୁଡା ଗୁଣ
ଯିଏ ଚାଖିନାହିଁ ବିକଳ ହେଉଛି
ବାରୁଛି ଚାନ୍ଦର ଖୁଣ ।
କେବେ ବରଷାରେ ଗଲେ ଭିଜି
ଶିହରି ଉଠଇ ଶରୀର କି ମନ
ମୟୂରୀ ନାଚଇ ମଜି ।
ପ୍ରେମ ,ପ୍ରକୃତି ର ଅନ୍ୟ ରୂପ
ଯାହା ଦେଖୁଅଛେ ସୁନ୍ଦର ତାହା
ମହକିଉଠୁଛି ଧୂପ ।
ନାରୀ ପୁରୁଷ କୁସୁମ ପରି
ମଳୟ ଲାଗିଲେ ମହକ ଝୁଟିଲେ
ରାଧାମୋହନଙ୍କୁ ଧରି ।
ପ୍ରେମ ରାଗିଣୀରେ ଥାଏ ରସ
ସେଇ ଅମୃତକୁ ପାନକରିବାକୁ
ସକଳ ହୁଅନ୍ତି ବସ ।
ଯେବେ ବସନ୍ତ ଆସିଛି ଫେରି
ରଙ୍ଗ ଆଣିଛି ରଙ୍ଗେଇ ଦେବାକୁ
ଖେଳିବା ବି ମନଭରି ।