ପ୍ରେମରେ ଭିଜା ସ୍ବପ୍ନ
ପ୍ରେମରେ ଭିଜା ସ୍ବପ୍ନ
ପାଠପଢା ସବୁ ସରିଯିବା ପରେ
ପୁଣି ତୁ ଆସୁ କେତେ ସରାଗରେ ।
ଜୀବନ ସୁନ୍ଦର କରିଦେବା ପାଇଁ
ଆଗେଇ ଆସୁ ତୁ ସତରେ ଧାଇଁ ।
ନୂଆ ପୁଲକ ନୂଆ ନେଇ ଆଶା
ଆସିଥାଉ ନେଇ ନୂଆ ଭରସା ।
ଭଲ ଲାଗେ ମାଟି ପାଣି ପବନ
ଆପଣା ଦେଖାଉ କେତେ ସପନ ।
କେହି ଜଣେ ନିଜର ନିଜର ପରି
ଆସେ ମନ ଭିତରେ ତୋ ହାତ ଧରି ।
ସବୁଠୁ ନିଜର ସେ ଲାଗିଥାଏ
ତା କଥାରେ ମନ ବି ଭାସିଯାଏ ।
ତା ପାଇଁ ସବୁ ଅଜାଡି ଦେଇ
ଭଲ ପାଏ ମନ ଦେହକୁ ନେଇ ।
ସୁନେଲି ମନର ରୂପା ସପନ
ସପନ ପାଇଁ ଯେ କେତେ ଯତନ ।
ଯିଏ ଯାହା କହୁ ଖାତିର ନାହିଁ
ପ୍ରେମୀ ବାଟ ଖାଲି ରହିଥା ଚାହିଁ ।
ତୁ ଦେଖୁ ସୁନ୍ଦର ଭବିଷ୍ୟ କଥା
ଜଣେ ଅନ୍ୟ ପାଇଁ ସତେକି ଯଥା ।
ଦୂର ପାଖ ଆଉ ଆପଣା ପର
ପ୍ରେମରେ ଭଲା କି ବାଛ ବିଚାର ।
ଆଉ କାହା କଥା ଲାଗେନା ଭଲ
ତୁ ସତରେ କରୁ କି କଲବଲ ।
ପ୍ରେମ ପଛେ ଧାଏଁ ଯୁବ ପରାଣ
ହେବାକୁ ଖୁସିରେ ସ୍ଵ ସମର୍ପଣ ।
ପ୍ରେମ ଆଗରେ ଯେ ସବୁ ଅଲୋଡା
ପ୍ରେମ ପାଇଁ ତୁ ତ ସର୍ବାଗ୍ରେ ଛିଡା ।
ସ୍ଵପ୍ନ ତୁ ଦେଖାଉ କେତେ ଯେ ସ୍ବପ୍ନ
ସବୁଠୁ ଆପଣା ଲାଗେ ଖାଲି ପ୍ରେମ ।
ପ୍ରେମ ପାଇବାକୁ ଛଟପଟ ମନ
ସତେ କି ସୁନ୍ଦର ଏ ପ୍ରେମ ସପନ ।
