STORYMIRROR

SARATA KUMAR DAS

Romance Tragedy

4  

SARATA KUMAR DAS

Romance Tragedy

ପ୍ରେମର ଠିକଣା

ପ୍ରେମର ଠିକଣା

1 min
248


ଲେଖୁଥିଲି ଦିନେ ପ୍ରେମର ଚିଟାଉ

ଜୋଛନାରେ ଭିଜି ଭିଜି

ପାହାଡ, ପର୍ବତ, ସାଗର, ସୈକତ

ଯାଉଥିଲେ ପ୍ରେମେ ହଜି ।।


ପ୍ରେମର ତୂଳୀରେ ଆଙ୍କୁଥିଲି ବସି

ତମ ଢଳ ଢଳ ଛବି

ଗୋଧୂଳି ବେଳାରେ ବିହଙ୍ଗ କାକଳି

ଅସ୍ତାଚଳେ ଥିଲେ ରବି ।।


ବିଶ୍ବାସର ରଙ୍ଗେ ରଙ୍ଗାଉ ଥିଲି ମୁଁ 

ମୋ ସ୍ବପ୍ନର ବାଲିଘର

ନୀଳ ଲଫାପାରେ ଶବ୍ଦ ପୁଂଜ ମୋର

ଉଡୁଥିଲେ ଫରଫର ।।


ବିଜନ ବେଳାରେ ନିତି ପଢୁଥିଲି

ହାତ ଲେଖା ତମ ଚିଠି

କେବେ ହସୁଥିଲି କେବେ କାନ୍ଦୁଥିଲି 

ଭିଜୁଥିଲା ଶୁଷ୍କ ମାଟି  ।।


ପ୍ରେମର ସ୍ତବକ ଫୁଟୁଥିଲା ନିତି

ମୋ ମନର ଉଦ୍ୟାନରେ

ପ୍ରୀତିର ଛନ୍ଦରେ ମଧୁଗନ୍ଧା ସ୍ବପ୍ନ 

ଭିଜୁଥିଲେ ପ୍ରେମ ଝରେ  ।।


ଚହଲା ପାଣିରେ ଦେଖୁଥିଲି ତମ

ନୀଳ ନୀଳ ପ୍ରତିବିମ୍ବ 

ସେହି ପ୍ରତିବିମ୍ବ ମୋ ଛାତି ଭିତରେ

ତୋଳିଛି ସ୍ମୃତିର ସ୍ତମ୍ବ  ।।


ବର୍ଷା କି ବୈଶାଖ ଶୀତ କି ବସନ୍ତ 

ବର୍ଷ,ମସ,ଦିନ,ଦଣ୍ଡ 

ସମୟର ଚକ୍ରେ କ୍ଷତାକ୍ତ ଆହାତ

ସ୍ବପ୍ନ ମୋର ଖଣ୍ଡ ଖଣ୍ଡ ।।


ହଜାଇ ଦେଇଛି ପ୍ରେମର ଠିକଣା

ହଜାଇଛି ପ୍ରେମ ଚିଠି 

ନୀଳ ନୀଳ ତମ ସ୍ମୃତି ଶତଦଳ

ଆଜି ବି ଉଠୁଛି ଫୁଟି ।।


ଖୋଜୁଛି ଆଜି ମୁଁ ତମ ନୀଳ ପ୍ରେମ

ଚାନ୍ଦିନୀ ରାତିରେ ଏକା

ମୋ ଛାତି ଭିତରେ ବହଳ ଅନ୍ଧାର 

ସମୟ ତ ଦେଲା ଧୋକା ।।


ଲବଙ୍ଗ ଦ୍ବୀପର ରାଜକୁମାରୀ ଗୋ

ମୋ ମନର ପ୍ରୀତିପୂର୍ଣ୍ଣା

ନିର୍ଜନ ଦ୍ବୀପରେ ନିଥର ବେଳାରେ

ଖୋଜେ ମୁଁ ପ୍ରେମ ଠିକଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance