STORYMIRROR

Ramakanta Das

Inspirational

3  

Ramakanta Das

Inspirational

ପ୍ରେମର ସ୍ମୃତି

ପ୍ରେମର ସ୍ମୃତି

1 min
169

କାଲିପରି ମନେ ହୁଏ 

କେହିଜଣେ ଆସିଥିଲା ମୋ ଜୀବନେ 

ସ୍ନେହ ଓ ପ୍ରେମର ସମ୍ଭାର ନେଇ 

ଉଦାସ ମନରେ ଭରିଦେଇଥିଲା 

କେତେ ଆଶା ଆଉ କେତେ ସ୍ୱପ୍ନ

ସେ ଆନନ୍ଦ ମୁହୂର୍ତ୍ତକୁ 

ମୁଁ ଏ ଯାଏ ଭୁଲି ନାହିଁ ।।

ଥରେ ଜଣେ ଫେରିଗଲା ପରେ 

ସେ ଆଉ ଆସେ ନାହିଁ କିନ୍ତୁ 

ସ୍ମୃତି ତାର ଲେଖିହୁଏ ହୃଦୟ କାଗଜରେ 

ଯେତେ ଲିଭେଇଲେ ତାହା କଣ ଲିଭିବା ସହଜ..... ?

ତୁମେ ସିନା ମୋ ଠୁ ଦୂରେଇ ଗଲ

ହେଲେ  ଏ ଅବୁଝା ହୃଦୟ ମୋର ସହିପାରୁନି 

ଅସୁମାରୀ ସ୍ୱପ୍ନର କୁହୁକ ଝରାଇ 

ଲକ୍ଷେ ଫଗୁଣର ମହକ ଛୁଟାଇ 

ନିରବରେ କେବେ ଛାତିର 

କୋହ ସବୁ ଲୁଚିଯାନ୍ତି ଆଉ କେବେ 

ନଈ ହୋଇ ବହି ଆସନ୍ତି ଅଖି ଲୁହରେ ।।

ହୃଦୟ ମୋ ପ୍ରଶ୍ନ କରେ ଅତୀତକୁ 

ଆଶ୍ଚର୍ଯ୍ୟ ଭାବେ ଚକିତ ହୋଇ

ଯିଏ ଦିନେ କହୁଥିଲା 

ତୁ ମୋ ଭାବନା  ତୁ ମୋ କଳ୍ପନା

ସେ କେମିତି ରହିଗଲା 

ମୋ ଜୀବନରେ ସ୍ମୃତି ହୋଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational