ପ୍ରେମର ସିନ୍ଦୁର କରିଲା ପର
ପ୍ରେମର ସିନ୍ଦୁର କରିଲା ପର
ପ୍ରେମର ସିନ୍ଦୁର
ମୋର କରିଲା ପର,
ବିଧିର ବିଧାନ
ମୋ ପ୍ରତି କି କଠୋର l(0)
ହାଏରେ ବିଧାତା
ଏ କି ଦଣ୍ଡ 'ତୁ ' ଦେଲୁ,
ସୁନା ସଂସାରକୁ
ସମୂଳେ ଚୂନା କଲୁ l
କିଏ ବା ବୁଝିବ
ଅନ୍ତର ବେଦନାକୁ l
ପ୍ରେମର ..........................................,...|(1)
ଯାହା ହାତ ଧରି
ବାହା ମୁଁ ହୋଇଥିଲି
ସବୁଦିନ ପାଇଁ
ମୋତେ ଗଲା ସେ ଭୁଲି l
କିପରି ଟାଣିବି
ଏ ସଂସାର ରଥକୁ,
ପ୍ରେମର .......................................... (2)
ନିଜର ଲୁହକୁ
.. ନିଜେ ଗ୍ରହଣ କରି,
ଦୁଃଖ ଯେ ସହୁଛି
ମୋ ଭାଗ୍ୟକୁ ଆଦରି l
ଫେରିଆ ମୋ ପାଖକୁ
ଚାହିଁ ରହିଛି ତୋ ପଥକୁ l
ପ୍ରେମ...................................................|(3)

