Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PrasannaKumar Das

Abstract

4.5  

PrasannaKumar Das

Abstract

ପ୍ରେମର ପରିଭଷା

ପ୍ରେମର ପରିଭଷା

1 min
271



ଅନ୍ତୁଡି ଶାଳରୁ ମଶାଣିର ଯାଏଁ

ଗାଉଛେ ପ୍ରେମ ସଂଗୀତ ।

ତଥାପି ପ୍ରେମର ପରିଭାଷା ଲେଖି

ଗାଇବାରେ ଅସମର୍ଥ ।।


ପ୍ରେମ ଜଗତରେ ପ୍ରାଣର ଆଧାର

ଦିବ୍ୟ ଚେତ୍ତନାର ଭାବ।

ରସମନ୍ଦାକିନୀ ଅମୃତର ଧାର

ସାତ୍ତ୍ଵିକ ଜ୍ଞାନ ବିଭବ ।।


ଜାଣନ୍ତି ସମସ୍ତେ ଏ ମାୟା ଜଗତେ

ପ୍ରେମ ଚିରନ୍ତନ ସତ ।

ମୀରାବାଇ ଶ୍ୟାମ ରାଧାକୃଷ୍ଣ ପ୍ରେମ

ଗାଉଛି ନିତି ଜଗତ ।।


ବକ୍ସିଜଗବନ୍ଧୁ ରଘୁ-ଦିବାକର

ଭଗତସିଂ ଦେଶ ପ୍ରେମ।

ସଦା ସ୍ମରଣୀୟ ବ୍ୟାସ ବାଲମିକ

ଭାଷା ବିଜ୍ଞାନ ସାଧନ ।।


ଉତୁଂଗ ଶିଖରୁ ବନ୍ଧୁର ପଥରେ

କୁଳୁକୁଳୁ ଗୀତ ଗାଇ ।

ପ୍ରୀତି ର ମିଳନ ନିର୍ଝରିଣୀ କରେ

ସାଗର ବେଳାରେ ଯାଇ।।


ଜହ୍ନର ଜୋଛନା ଦେଖି କୁମୁଦିନୀ

ବିକଶି ମୁରୁକି ହସେ ।

ରାମ ନାମ ପ୍ରେମେ ଲେଖିଲେ ପାଷାଣେ

ସାଗର ଜଳରେ ଭାସେ ।।


ରସ ଗନ୍ଧ ସ୍ପର୍ଶ ଶୃତି ସହ ଦୃଶ୍ୟ

ଇନ୍ଦ୍ରିୟ ପ୍ରେମ ଲାଳସା ।

ନୁହେଁ ଦେହ ପ୍ରୀତି ସୌଭାଗ୍ୟ ସମ୍ପତ୍ତି

ସତ୍ୟ ପ୍ରେମ ପରିଭାଷା ।।


Rate this content
Log in

Similar oriya poem from Abstract